କେରଳା ସ୍କୁଲ ଛାତ୍ର ଆତ୍ମହତ୍ୟା ଘଟଣାରେ ୪ ଗିରଫ
ଚମ୍ପୁଆ, ୧୭ ଜୁଲାଇ (ହି.ସ.) - ଗତ ୧୨ତାରିଖ ଦିନ ଚମ୍ପୁଆ କେରଳା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର କ୍ରିଷ୍ଣା ପ୍ରଧାନ ଚାରି ମହଲା ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ବିଦ୍ୟାଳୟରେ ଛାତ୍ରକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯିବା ପରେ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ଅଭି
କେରଳା ସ୍କୁଲ ଛାତ୍ର ଆତ୍ମହତ୍ୟା ଘଟଣାରେ ୪ ଗିରଫ


ଚମ୍ପୁଆ, ୧୭ ଜୁଲାଇ (ହି.ସ.) - ଗତ ୧୨ତାରିଖ ଦିନ ଚମ୍ପୁଆ କେରଳା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର କ୍ରିଷ୍ଣା ପ୍ରଧାନ ଚାରି ମହଲା ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ବିଦ୍ୟାଳୟରେ ଛାତ୍ରକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯିବା ପରେ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ କରି ଛାତ୍ରର ପିତା ସୁଧାଂଶୁ ଶେଖର ପ୍ରଧାନ ଚମ୍ପୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ଚମ୍ପୁଆ ପୁଲିସ ପକ୍ଷରୁ କେସ ନଂ ୧୮୭ ତା୧୨।୭।୨୦୨୫ରିଖ ୧୦୩(୧)/୩(୫) ମାମଲା ରୁଜୁ କୋରି ତଦନ୍ତ କରିଥିଲେ । ତେବେ ଉକ୍ତ ମାମଲା ସାମ୍ନାକୁ ଆସିଥିଲାବେଳେ ପୁଲିସ ପକ୍ଷରୁ ଉକ୍ତ ମାମଲାର ସତ୍ୟାସତ୍ୟ ହୃଦବୋଧ କରି ଧାରା ୧୦୮/୩(୫) ଅନୁସାରେ ଚାରିଜଣ ମୁଦାଲାକୁ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଥିବା ଜଣାପଡିଛି । କେନ୍ଦୁଝର ଜିଲା ଆରକ୍ଷୀ ଅଧୀକ୍ଷକ କୁଶଲକର ନିତୀନ ଦାଗଡୁଙ୍କ ନିର୍ଦ୍ଦେଶ କ୍ରମେ ଚମ୍ପୁଆ ଉପଖଣ୍ଡ ପୁଲିସ ଅଧିକାରୀ ରଶ୍ମିରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚମ୍ପୁଆ ଆଇଆଇସି ରମାକାନ୍ତ ମୁଦୁଲି ମାମଲାର ଗୁରତ୍ୱକୁ ଉପଲବଧି କରି ଆଜି କେରଳା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଏଥିରେ ସମ୍ପୃକ୍ତ ଚାରି ଜଣ ମୁଦାଲାଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande