କଳାହାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୯୦ ଦିନିଆ ସ୍ୱତନ୍ତ୍ର ମଧ୍ୟସ୍ଥତା ଅଭିଯାନ
ଭବାନୀପାଟଣା, ୧୭ ଜୁଲାଇ (ହି.ସ.)- ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ସଦସ୍ୟ ସଚିବ ଓ କଳାହାଣ୍ଡି ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଅନୁପ ରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମାମଲାର ସହଜ ସମାଧାନ ନିମନ୍ତେ ଜୁଲାଇରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ମ
କଳାହାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୯୦ ଦିନିଆ ସ୍ୱତନ୍ତ୍ର ମଧ୍ୟସ୍ଥତା ଅଭିଯାନ


ଭବାନୀପାଟଣା, ୧୭ ଜୁଲାଇ (ହି.ସ.)- ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ସଦସ୍ୟ ସଚିବ ଓ କଳାହାଣ୍ଡି ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଅନୁପ ରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମାମଲାର ସହଜ ସମାଧାନ ନିମନ୍ତେ ଜୁଲାଇରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ମଧ୍ୟସ୍ଥତା ଅଭିଯାନ ଆୟୋଜନ କରାଯାଇଛି । ଏଥିରେ ପାରିବାରିକ, ଦୁର୍ଘଟଣାଜନିତ, ଘରୋଇ ହିଂସା, ଜମିଜମା ବଣ୍ଟନ, ଜମି ଅଧିଗ୍ରହଣ, ଚାକିରୀ ସଂକ୍ରାନ୍ତୀୟ, ଗ୍ରାହକ ସେବାଜନିତ, ବ୍ୟାଙ୍କ ସମ୍ବନ୍ଧୀୟ ମାମଲା ଯେପରି ଚେକ ବାଉନ୍ସ, ରଣ ଆଦାୟ ଇତ୍ୟାଦି ମାମଲା ଗୁଡିକର ବିକଳ୍ପ ସମାଧାନ ପ୍ରକ୍ରିୟା ନିମନ୍ତେ ମଧ୍ୟସ୍ଥତା ଶିବିର ଆୟୋଜନ କରାଯାଉଛି ଓ ଅଦାଲତରେ ବିଚାରଧୀନ ଥିବା ମୋକଦ୍ଦମା ଗୁଡିକର ବିଚାର ଅପେକ୍ଷା ନିରପେକ୍ଷ ତୃତୀୟ ବ୍ୟକ୍ତିଙ୍କ ସହାୟତାରେ ବିବାଦର ଗ୍ରହଣଯୋଗ୍ୟ ଓ ସୃଜନାତ୍ମକ ଢଙ୍ଗରେ ସମାଧାନ କରିବା, ବିବାଦର ପରିସମାପ୍ତି ନିମନ୍ତେ ସମାଧାନମୂଳକ ଆଲୋଚନା, କଥାବାର୍ତ୍ତା ଦ୍ଵାରା ବିବାଦଲିପ୍ତ ପକ୍ଷଙ୍କ ମଧ୍ୟରେ ଥ‌ିବା ମତପାର୍ଥକ୍ୟ ଦୂର କରି ସମାଧାନର ରାସ୍ତା ବାହାର କରିବା ଏହାର ଲକ୍ଷ୍ୟ ଓ ମଧ୍ୟସ୍ଥତା ଦ୍ଵାରା ମାମଲାର ସମାଧାନ ହେବା ଯୋଗୁଁ ପକ୍ଷ ମାନଙ୍କ ସମୟ, ଶ୍ରମ ଓ ଅର୍ଥ ସଞ୍ଚୟ ହୋଇପାରିବ ବୋଲି କଳାହାଣ୍ଡି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି ଓ ଏହି ବିକଳ୍ପ ସମାଧାନ ବ୍ୟବସ୍ଥାର ସହେଯାଗ ନେବା ପାଇଁ ସମସ୍ତଙ୍କୁ ଜଣାଇ ଦିଆଯାଉଛି ।

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande