ଜୟପୁର, ୧୭ ଜୁଲାଇ (ହି.ସ.) - ଜୟପୁର ସଦରଥାନା ଅଂଚଳରେ ଦୁଇଟି ପୃଥକ ପୃଥକ ସ୍ଥାନରେ ଅଜଣା ଗାଡି ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। କୁନ୍ଦୁରାଥାନା ଅନ୍ତର୍ଗତ ବଢେଇସାହିର ରବି ପରଜା(୨୭) ଏବପ୍ସ ଇଶ୍ୱର ପରଜା ଏକ ମୋଟରସାଇକଲ(ଓଡି୧୦ଏବି୦୮୮୦) ରେ ଜୟପୁର ପାଞ୍ଜିଆଗୁଡାଯାଇ ଘରକୁ ଫେରୁଥିବା ସମୟରେ ଘାଟବାଗ୍ରା ନିକଟରେ ଏକ ଅଜଣା ଗାଡିଧକ୍କାରେ ରାସ୍ତାରେ ଛିଟିକି ପଡିଯିବାରୁ ସେମାନଙ୍କୁ ତୁରନ୍ତ କୁନ୍ଦୁରା ଡାକ୍ତରଖାନାରେ ଭର୍ତିକରାଯାଇ ଚିକିତ୍ସା କରାଯିବା ସମୟରେ ରବି ପରଜାଙ୍କ ମୃତ୍ୟୁ ହୋଇଥିଲା। ଏନେଇ ସଦରପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସେହିପରି ବିଷୋୟୀପୁଟ ନିକଟରେ ବିଷୋୟିପୁଟ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣକର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ବିଷୋୟୀ ପୁଟ ଅଂଚଳର ଅର୍ଜୁନ ହରିଜନ(୪୨)। ଗତକାଲି ସନ୍ଧ୍ୟା ସାଢେ ୭ଟା ସମୟରେ ଅର୍ଜୁନ ଜୟପୁରରୁ କାମ ସାରି ଘରକୁ ଯିବା ସମୟରେ ବିଷୋୟୀପୁଟ ନିକଟରେ ଏକ ଅଜଣା ଗାଡି ସହ ଧକ୍କା ହୋଇଥିଲା। ଫଳରେ ସ୍ଥାନୀୟ ଗ୍ରାମବାସୀ ମାନେ ତୁରନ୍ତ ଜୟପୁର ଜିଲ୍ଲା ଚିକିତ୍ସାଳୟକୁ ନେବା ପରେ ଡାକ୍ତର ଅର୍ଜୁନକୁ ମୃତ ଘୋଷଣା କରିଥିଲେ। ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି