ସରାକାରୀ ଶିକ୍ଷକଙ୍କ ମନମାନିରୁ ବିଇଓ କଲେ ନିଲମ୍ବନ
ରାଉରକେଲା, ୧୭ ଜୁଲାଇ (ହି.ସ.)- ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ବ୍ଲକଶିକ୍ଷାଧିକାରୀଙ୍କ ଅଁଚଳର ଏଜ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ଜଣେ ଶିକ୍ଷକ ମନମାନି କରି ବିଦ୍ୟାଳୟକୁ ନଆସିବା, ନିଶା ସେବନ କରି ଏଣେ ତେଣେ ବୁଲିବା ନେଇ ନାନା ଅଭିଯୋଗ ମାନ ଜିଲ୍ଲା ଶିକ୍ଷାଧିକାର
ସରାକାରୀ ଶିକ୍ଷକଙ୍କ ମନମାନିରୁ ବିଇଓ କଲେ ନିଲମ୍ବନ


ରାଉରକେଲା,

୧୭ ଜୁଲାଇ (ହି.ସ.)- ସୁନ୍ଦରଗଡ

ଜିଲ୍ଲା କୁଆଁରମୁଣ୍ଡା

ବ୍ଲକଶିକ୍ଷାଧିକାରୀଙ୍କ ଅଁଚଳର ଏଜ ବିଦ୍ୟାଳୟରେ ପ୍ରଧାନଶିକ୍ଷକ

ଦାୟିତ୍ୱରେ ଥିବା ଜଣେ ଶିକ୍ଷକ ମନମାନି କରି ବିଦ୍ୟାଳୟକୁ ନଆସିବା, ନିଶା ସେବନ କରି ଏଣେ ତେଣେ ବୁଲିବା ନେଇ ନାନା ଅଭିଯୋଗ ମାନ ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରୁ ବ୍ଲକ ଯାଏ ଜିବାରୁ ଗତକାଲି ଅର୍ଥାତ

୧୬ ତାରିଖ ଦିନ ଶିକ୍ଷା ବିଭାଗର ଏକ ଟିମ ସେହି

ବିଦ୍ୟାଳୟକୁ ଯାଇ ଦେଖିବାରୁ ଶିକ୍ଷକ ଜଣକ ଆସିନାହାନ୍ତି କିମ୍ବା ଛୁଟୀ ମଧ୍ୟ ନେଇ ନାହାନ୍ତି, ଫଳରେ ସମସ୍ତ ଅଭିଯୋଗକୁ ଭିତି କରି ସଂପୃକ୍ତ ଶିକ୍ଷକଙ୍କୁ କୁଆଁରମୁଣ୍ଡା ବିଇଓ ନିଲମ୍ବିତ କରିଛନ୍ତି । ନିଲମ୍ବନ ଆଦେଶନାମା

୧୬୪୨ ଅନୁଶାରେ ସଂପୃକ୍ତ ଶିକ୍ଷକ ସୁରେନ୍ଦ୍ର

କୁମାର ରାଉରତଙ୍କୁ ଅବଗତ କରାଜିବା ସହ ତାଙ୍କୁ ନିଲମ୍ବନ

ସମୟରେ କୁଆଁରମୁଣ୍ଡା ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଭିଯୋଗରୁ ପ୍ରକାଶ

ଯେ, ଏହି ଶିକ୍ଷକ ଜଣକ ରାଉରକେଲା ସାରନଗରୀ ଅଁଚଳରେ ରହିବା ସହ ୨୫ କି.ମି.

ଦୂରର କର୍ଲାବୁଡ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିଲେ। ତାଙ୍କ ପତ୍ନୀ ମଧ୍ୟ ଜଣେ ଶିକ୍ଷୟତ୍ରୀ କିନ୍ତୁ

ବାବୁ ବିଦ୍ୟାଳୟକୁ ନଯାଇ କୁଆଡେ ନିଜ ଘରପାଖ ଲାଠିକଟା ବ୍ଲକ ଶିକ୍ଷାଧୀକାରୀଙ୍କ ସହ ବୁଲା ବୁଲି

କରିବା ସହ ମଉଜ ମଜଲିସରେ

ବ୍ୟସ୍ତ ରହୁଥିଲେ। କେଉଁଠି କିଏ ବଦଳି ହେବ କିଏ କେଉଁଠିକି ଜିବ, ସେଥିରେ ବେପାର ଲାଗି ସବୁ ପ୍ରକାର କାରବାର କରିବା ସହ ଅବସର ନେଉଥିବା

ଶିକ୍ଷକ ଅନ୍ୟୁନ୍ୟ ୫୦ ହଜାର ଟଙ୍କାରେ କିପ୍ରକାର ଭୋଜି ଦେବ ତାପରେ ତାର ପେନସନ କେମିତି ହେବ ଏସବୁକୁ ବାବୁ କୁଆଡେ ଫାଇନାଲ କରୁଥିଲେ ବୋଲି ଅଭିଯୋଗ ହେଉଥିଲା । ପରେ ଅବଶିଷ୍ଟ ସମୟ ନିଶାଗ୍ରସ୍ତ ହୋଇ ନାନା ପ୍ରକାର ବେଆଇନ କାରବାରରେ ଲିପ୍ତ ରହୁଥିଲେ ବୋଲି ଅଭିଯୋଗ ହେଉଥିଲା ।ଏପରିକି ନିଜର ଦବଦବା ରଖିବା

ଲାଗି ନିଜର ଥିବା କାରକୁ ବିଭିନ୍ନ ବିଇଓଙ୍କ ସେବାରେ ଅଫିସ ବାଲାଙ୍କ ସେବାରେ ଲାଗାଇ ଫାଇଦା ମଧ୍ୟ ନେଉଥିଲେ । ଦିନେ କୁଆଡେ

କାର ଡ୍ରାଇଭର ପତ୍ନୀଙ୍କ ସହ କିଛି କଣ

କରିବାରୁ ବାବୁ ଥାନା ଯାଏ ମଧ୍ୟ ଯାଇଥିବା ନେଇ ସେ ଅଁଚଳରେ ଚର୍ଚ୍ଚା

ହେଉଛି । ସୁନ୍ଦରଗଡ ଜିଲ୍ଲାରେ

ଏହିଭ଼ଳି ଅନେକ ଶିକ୍ଷକ ରହିଛନ୍ତି ଯେଉଁମାନେ ଗ୍ରାମାଂଚଳ ବିଦ୍ୟାଳୟ ଗୁଡିକରେ ଅଛନ୍ତି ଓ ଘରେ ରହି

ଦରମା ନେଉଛନ୍ତି ବୋଲି ଖବର ମିଳିଛି । କେତେକ ନିଶାଗ୍ରସ୍ତ

ରାଉରକେଲା ଅଁଚଳରେ ମଧ୍ୟ ରହିଛନ୍ତି ଯେଉଁମାନଙ୍କୁ ରାଉରକେଲା ଅଫିସ ର କିଛି ବାବୁ

ସହାୟକ ହେଉଥିବା କୁହାଯାଉଛି । ଶିକ୍ଷା ଜିଲ୍ଲା ସିଆରସିସି,

ବିଆରସିିସି ଗଣ୍ଡା ଗଣ୍ଡା ବୁଲୁଛନ୍ତି ସରକାରଙ୍କ ଠାରୁ ଦରମା ସହ ନାନା ସୁବିଧା

ମାନ ନେଉଛନ୍ତି ଗୋଟିଏ ହେଲେ କ୍ଲାସ କରୁନାହାନ୍ତି, ହେଲେ ଏହିଭଳି ଶିକ୍ଷକ ମାନଙ୍କୁ ଅଣଦେଖା କରିଚାଲିଛନ୍ତି ଫଳରେ ଗ୍ରାମାଁଚଳରେ ଶିକ୍ଷାବ୍ୟବସ୍ଥା ଭୁଷୁଡିବାରେ ଲାଗିଛି ।

କୁହାଯାଉଛି ଯେ, ଏହି ପଦବୀ

ଗୁଡିକ ଗତ ସରକାର ସମୟରେ

ପୁରଣ କରାଯାଇଥିଲା, ସେମାନଙ୍କ ଉପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା। ଫଳରେ ସେମାନେ ଏକ ପ୍ରକାର ନିଜେଡି

କର୍ମୀ ଭାବେ କାମ କରୁଥିଲେ, ଏବେବି କରୁଛନ୍ତି , ତେଣୁ ଏମାନଙ୍କୁ ଜିଲ୍ଲାରେ ଯଦି ମୁଳପୋଛ କରାନଯାଏ ତେବେ ଏମାନେ ଖାଇବେ ସରକାରର ଗାଇବେ ବିଜେଡି ଓ ଘରେ ରହିବେ

ବିଦ୍ୟାଳୟ ଗୁଡିକରେ ଗାଁରେ ତାଲା ପଡିବ ଗାଁ ପିଲା ଶିକ୍ଷାର ହାର କମିଚାଲିବ ।ଏହି ଭଳି କାରବାର ଲାଗି ଚଳିତ ବର୍ଷ ଜିଲ୍ଲାରେ ପରୀକ୍ଷାରେ ଆସିଥିବା ରେଜଲ୍ଟ ମଧ୍ୟ ଅତି ନିମ୍ନମାନର ହୋଇଥିବା ଜଣାପଡିଛି । ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande