ଭଦ୍ରକ କଲେଜରେ ରକ୍ତଦାନ ଶିବିର
ଭଦ୍ରକ, ୧୭ ଜୁଲାଇ (ହି.ସ.) - ଭଦ୍ରକ ସ୍ୱୟଂଶାସତ ମହାବିଦ୍ୟାଳୟରେ ଜାତୀୟ ସେବାଯୋଜନା ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୫ ୟୁନିଟ୍ ରକ୍ତ ଭଦ୍ରକ ରକ୍ତ ସଂଗ୍ରହାଳୟ ସଂଗ୍ରହ କରିଛି।ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଦୂର୍ଗାଶଙ୍କର ଦାସ ଶୁଭ ଉଦ୍ଘାଟନ କରିଥି
BHADRAK COLLEGE RAKTADANA SIBIRA


ଭଦ୍ରକ, ୧୭ ଜୁଲାଇ (ହି.ସ.) - ଭଦ୍ରକ ସ୍ୱୟଂଶାସତ ମହାବିଦ୍ୟାଳୟରେ ଜାତୀୟ ସେବାଯୋଜନା ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୫ ୟୁନିଟ୍ ରକ୍ତ ଭଦ୍ରକ ରକ୍ତ ସଂଗ୍ରହାଳୟ ସଂଗ୍ରହ କରିଛି।ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଦୂର୍ଗାଶଙ୍କର ଦାସ ଶୁଭ ଉଦ୍ଘାଟନ କରିଥିଲେ।ମହାବିଦ୍ୟାଳୟର ଜାତୀୟ ସେବଯୋଜନା ଅଧିକାରୀ ଡଃ. ସୁଦର୍ଶନ ଦାସ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଗିରିଶ୍ ଚନ୍ଦ୍ର ପ୍ରଧାନ ଏବଂ ବହୁସଂଖ୍ୟକ ସ୍ୱେଚ୍ଛାସେବୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟମଣ୍ଡିତ ହୋଇପାରିଛି।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande