କେନ୍ଦୁଝର, 17 ଜୁଲାଇ (ହି.ସ.) ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ନେଇ ସାରା ଦେଶରେ ରାଜନୀତି ସରଗରମ ହୋଇଛି। ଗତକାଲି ବିଜେଡ଼ି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଆଜି କଂଗ୍ରେସ ସହ ଅନ୍ୟ ଦଳ ମାନେ ମିଶି ଓଡିଶା ବନ୍ଦ ଡାକରା ଦେଇଛନ୍ତି। ଏହାର ପ୍ରଭାବ କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି । ସକାଳୁ ସମସ୍ତ ସ୍କୁଲ୍ ବନ୍ଦ ରହିଥିବା ବେଳେ ବଡ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଯେଉଁଠି ଛୋଟ ଗାଡି ଚାଲୁଛି ସେଠୀ ଦଳୀୟ କର୍ମୀ ବନ୍ଦ କରୁଥିବା ଦେଖିବାକୁ ମିଳିଛି। ସକାଳୁ ପୂର୍ବତନ ସାଂସଦ ତଥା ଆଦିବାସୀ ସେଲ୍ ମୁଖ୍ୟ ଯଶୋବନ୍ତ ନାରାୟଣ ସିଂ ଲାଗୁରୀଙ୍କ ନେତୃତ୍ୱରେ ଚମ୍ପୁଆର ବିଭିନ୍ନ ଛକ ସ୍ଥାନରେ ମଧ୍ୟ ବନ୍ଦ କରାଯାଇଛି। ଏଥିରେ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇ ବନ୍ଦ କୁ ସଫଳ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA