ଓଡ଼ିଶା ବନ୍ଦ ସଫଳ ପାଇଁ ରାଜ୍ୟବାସୀଙ୍କୁ ଅଭିନନ୍ଦନ -ସିପିଆଇ
Bhubaneswar, 17 ଜୁଲାଇ (ହି.ସ.) ସିପିଆଇ ଓ କଂଗ୍ରେସ ସମେତ ୮ଟି ରାଜନୈତିକ ଦଳ ପକ୍ଷରୁ ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀର ବ୍ୟବସ୍ଥାକୃତ ହତ୍ୟାକାଣ୍ଡ ଉପରେ ବିଚାର ବିଭାଗୀୟ ତଦନ୍ତ, ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀ, ବାଲେଶ୍ୱର ସାଂସଦ ଓ ବାଲେଶ୍ୱର ବିଧାୟକଙ୍କ ଇସ୍ତଫା ଦାବି କରି ଓଡ଼ିଶା ବନ୍ଦ
ଓଡ଼ିଶା ବନ୍ଦ ସଫଳ ପାଇଁ ରାଜ୍ୟବାସୀଙ୍କୁ ଅଭିନନ୍ଦନ -ସିପିଆଇ


Bhubaneswar, 17 ଜୁଲାଇ (ହି.ସ.)

ସିପିଆଇ ଓ କଂଗ୍ରେସ ସମେତ ୮ଟି ରାଜନୈତିକ ଦଳ ପକ୍ଷରୁ ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀର ବ୍ୟବସ୍ଥାକୃତ ହତ୍ୟାକାଣ୍ଡ ଉପରେ ବିଚାର ବିଭାଗୀୟ ତଦନ୍ତ, ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀ, ବାଲେଶ୍ୱର ସାଂସଦ ଓ ବାଲେଶ୍ୱର ବିଧାୟକଙ୍କ ଇସ୍ତଫା ଦାବି କରି ଓଡ଼ିଶା ବନ୍ଦ ଡାକରାକୁ ରାଜ୍ୟବାସୀ ସମ୍ପୂର୍ଣ୍ଣ ସମର୍ଥନ ଜଣାଇ ସଫଳ କରାଇଥିବାରୁ ସିପିଆଇ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ ପାର୍ଟି ପକ୍ଷରୁ ଅଭିନନ୍ଦନ ଜଣାଇଛନ୍ତି । ଭୁବନେଶ୍ୱରସ୍ଥିତ ଭଗବତୀ ଭବନରୁ ଆଜି ସକାଳ ୬ଟା ସମୟରେ ସିପିଆଇ କର୍ମୀମାନଙ୍କର ଏକ ଶୋଭାଯାତ୍ରା ବାହାରି ରାଜମହଲ ଛକ, ମାଷ୍ଟରକ୍ୟାଣ୍ଟିନ, ବସ୍ଷ୍ଟାଣ୍ଡ ଓ ରେଳ ଷ୍ଟେସନ ପରିକ୍ରମା କରି ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ କରାଇଥିଲେ । ଜନସାଧାରଣ ସ୍ୱେଚ୍ଛାକୃତ ଭାବେ ଏହି ବନ୍ଦକୁ ସମର୍ଥନ କରି ସଫଳ କରାଇଥିଲେ । ରାଜ୍ୟ ବିଜେପି ସରକାରର ଏକବର୍ଷ ମଧ୍ୟରେ ରାଜ୍ୟରେ ଛାତ୍ରୀ, ମହିଳା, ଦଳିତ, ଆଦିବାସୀ, ସଂଖ୍ୟାଲଘୁ ଓ ସାଧାରଣ ମଣିଷ ସୁରକ୍ଷିତ ନୁହନ୍ତି । ଖୋଦ ଆମେରିକାର ରାଷ୍ଟ୍ରପତି ଓଡ଼ିଶାକୁ ମହିଳାମାନେ ନ ଆସିବା ପାଇଁ ବାର୍ତ୍ତା ଦେଲା ପରେ ଓଡ଼ିଶା ସମଗ୍ର ବିଶ୍ୱରେ ନିନ୍ଦିତ ହୋଇ ସାରିଛି । ବାଲେଶ୍ୱରରେ ଛାତ୍ରୀ ବିଜେପି ଦଳର ଛାତ୍ରସଂଗଠନର ସଦସ୍ୟ ଥାଇ ମଧ୍ୟ ନିଜର ନିରାପତ୍ତା ପାଇଁ ନିଜ କଲେଜ କର୍ତ୍ତୃପକ୍ଷ, ଥାନା, ସ୍ଥାନୀୟ ବିଜେପି ବିଧାୟକ, ବାଲେଶ୍ୱର ସାଂସଦଙ୍କୁ ସାକ୍ଷାତ କରି ନିଜ ସୁରକ୍ଷାର ଗୁହାରି କରିଥିଲେ ବି ସେମାନେ ସୁରକ୍ଷା ଦେବା ପରିବର୍ତ୍ତେ ସମ୍ପୃକ୍ତ ଅଧ୍ୟାପକ ବିଜେପିର ଛାତ୍ର ସଙ୍ଗଠନର ସଦସ୍ୟ ଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଇତ୍ୟାଦିଙ୍କୁ ଜଣାଇଥିଲେ ବି କେହି ତାଙ୍କୁ ନିରାପତ୍ତା ଦେବା ପାଇଁ ତତ୍ପରତା ପ୍ରକାଶ କରି ନ ଥିଲେ, ଯାହାର ଫଳସ୍ୱରୂପ ସେ ବ୍ୟବସ୍ଥାକୃତ ହତ୍ୟାର ଶିକାର ହେଲେ ।

ଆଜି ଭୁବନେଶ୍ୱରରେ ଓଡ଼ିଶା ବନ୍ଦକୁ ସଫଳ କରାଇବା ପାଇଁ ଚାଲିଥିବା ଆନେ୍ଦାଳନରେ ସିପିଆଇ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ସମ୍ପାଦକମଣ୍ଡଳୀ ସଦସ୍ୟ, ଡା. ପ୍ରଶାନ୍ତ ମିଶ୍ର, ଜୟନ୍ତ ଦାସ, ବିଜୟ ଜେନା, ଜୋନ ସମ୍ପାଦକ ସୁର ଜେନା, ବସନ୍ତ ପାଇକରାୟ, ନମିତା ସାହୁ, ସୁରେନ୍ଦ୍ର ବେହେରା, କିଶୋର ନାୟକ, ବିଶ୍ୱଜିତ୍ ନାୟକ, ଜ୍ଞାନରଞ୍ଜନ ପ୍ରଧାନ, ରାକେଶ କାନୁନ୍ଗୋ, ଶଙ୍କର ବାରିକ, ଶଙ୍କର ବେହେରା, କୈଳାସ ପୁହାଣ, ଡାକ ହେମ୍ବ୍ରମ୍, ଅଶୋକ ସାହୁ, ଉକ୍ରଳ ମହିଳା ସମିତିର ରାଜ୍ୟ ସଭାନେତ୍ରୀ ପ୍ରମୋଦିନୀ ପାଇକରାୟ, ଜିନ୍ମୟୀ ସାହାଣୀ, ସାଗରିକା ଦାସ, ବାସନ୍ତୀ ପ୍ରଧାନ, ସୀତାରାଣୀ ସ୍ୱାଇଁ, ଏଆଇଏସଏଫ ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା, ରୁଚିସ୍ମିତା ବାରିକ, ଅମରେଶ ପରିଡ଼ା, ଅମିତ ସାମନ୍ତରାୟ ପ୍ରମୁଖ ଏହି ଆନେ୍ଦାଳନର ନେତୃତ୍ୱ ନେଇଥିଲେ । ପାର୍ଟି ପକ୍ଷରୁ ଏହି ବନ୍ଦ ଆନେ୍ଦାଳନକାରୀମାନେ ଶୋଭାଯାତ୍ରାରେ ସଚିବାଳୟ ଆଡ଼କୁ ଅଗ୍ରସର ହେଲାବେଳେ ଦୁଇଶହରୁ ଅଧିକ କର୍ମକର୍ତ୍ତାଙ୍କୁ ପୋଲିସ୍ ଗିରଫ କରିଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande