ସ୍ବାବଲମ୍ବୀ ମହିଳାଙ୍କୁ ସାର୍ଟିଫିକେଟ ପ୍ରଦାନ
କେନ୍ଦୁଝର, ୧୭ ଜୁଲାଇ (ହି.ସ.)- କେନ୍ଦୁଝର ସହରର ବିଭିନ୍ନ ପ୍ରାନ୍ତରେ ରହୁଥିବା ମହିଳା ମାନଙ୍କ କୌଶଳ ବିକାଶ କରାଇ ସ୍ୱାବଲମ୍ବୀ କରିବା ନିମନ୍ତେ ପ୍ରୟାସ କରିଛି ସ୍ୱେଚ୍ଛାସେବୀ ସଂଗଠନ ପ୍ରକଳ୍ପ l କଟିଙ୍ଗ ଏଣ୍ଡ ଟେଲରିଙ୍ଗ, ବିୟୁଟି ପାର୍ଲର ଓ କମ୍ପୁଟର ଇତ୍ୟାଦିରେ ଅତ୍ୟନ୍ତ ସଫଳତାର ସହ ତାଲିମ ନେଇସା
ସ୍ବାବଲମ୍ବୀ ମହିଳାଙ୍କୁ ସାର୍ଟିଫିକେଟ ପ୍ରଦାନ


କେନ୍ଦୁଝର, ୧୭ ଜୁଲାଇ (ହି.ସ.)- କେନ୍ଦୁଝର ସହରର ବିଭିନ୍ନ ପ୍ରାନ୍ତରେ ରହୁଥିବା ମହିଳା ମାନଙ୍କ କୌଶଳ ବିକାଶ କରାଇ ସ୍ୱାବଲମ୍ବୀ କରିବା ନିମନ୍ତେ ପ୍ରୟାସ କରିଛି ସ୍ୱେଚ୍ଛାସେବୀ ସଂଗଠନ ପ୍ରକଳ୍ପ l କଟିଙ୍ଗ ଏଣ୍ଡ ଟେଲରିଙ୍ଗ, ବିୟୁଟି ପାର୍ଲର ଓ କମ୍ପୁଟର ଇତ୍ୟାଦିରେ ଅତ୍ୟନ୍ତ ସଫଳତାର ସହ ତାଲିମ ନେଇସାରିବା ପରେ ଆଜି ସଂଗଠନ ପକ୍ଷରୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି l

ସଙ୍ଗଠନର ସମ୍ପାଦକ ବିପ୍ଳବ ମିଶ୍ର ଏକ ସଭାରେ ଯୋଗଦେଇ ସ୍ବାବଲମ୍ବୀ ମହିଳାଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ। ନିଜେ କିପରି ଉଦ୍ୟୋଗ ଆରମ୍ଭ କରିପାରିବେ ସେ ବିଷୟରେ ମଧ୍ୟ ବ୍ୟାପକ ଆଲୋଚନା ହୋଇଥିଲା l

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande