କୋରେଇ, ୧୭ ଜୁଲାଇ (ହି.ସ.)- ବାଲେଶ୍ୱର ଫକିରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଯୋଜନାବଦ୍ଧ ତଥା ସଂଗଠିତ ହତ୍ୟାକାଣ୍ଡ ପାଇଁ ସମବେଦନା ଓ ତାଙ୍କ ଅତ୍ମାର ସଦଗତି ପାଇଁ ପାଣିକୋଇଲି ପଂଚାୟତ ଚାନ୍ଦପୁର ଗ୍ରାମ ଯୁବକ ମାନଙ୍କ ତରଫରୁ ବିନମ୍ର ଅଶ୍ରୁଳ ଶ୍ରଦ୍ଧାଂଜଳୀ ସହ କ୍ୟାଣ୍ଡେଲ ଶୋଭାଯାତ୍ରା ଗ୍ରାମର ଲକ୍ଷ୍ମୀନୃସିଂହ ମନ୍ଦିରରୁ ବାହାରି ବଜାର ପରିକ୍ରମା କରି ପାଣିକୋଇଲି ତାରିଣୀ ମନ୍ଦିର ଠାରେ ପହଂଚିଥିଲା । ଏହି କାର୍ଯ୍ୟକ୍ରମରେ ଯୁବନେତା ପ୍ରୀତି ରଂଜନ ସାହୁ, ସୂର୍ଯ୍ୟମଣି ପଣ୍ଡା, ଜହର ଅଲ୍ଲୀ ସୁଶାନ୍ତ ସାହୁ, ଅଜିତ କୁମାର ରାଉତ, ଦିଲ୍ଲୀପ ପରିଡା, ଅଜୟ ପରିଡା, ମନ୍ମଥ ପଣ୍ଡା, କଳ୍ପନା ପରିଡା, ମନୋଜ ପାଢୀ, କୁଳମଣି ମଲିକ, ବ୍ରଜ ସ୍ୱାଇଁ, ପ୍ରଶାନ୍ତ ମହାରଣା ଅଶୋକ ପରିଡା, ମନପ୍ରା ପଣ୍ଡା, ଅନିଲ ରାଉତ, ଶଙ୍କର୍ଷଣ ପରିଡା, ପ୍ରହଲ୍ଲାଦ ପଣ୍ଡା, ମନୋଜ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ