କେନ୍ଦୁଝର, 17 ଜୁଲାଇ (ହି.ସ.) କେନ୍ଦୁଝର ସହରରେ ସୁନା ଚେନ ଲୁଟେରାଙ୍କ ଆତଙ୍କ ରାଜ । ଗତକାଲି ସନ୍ଧ୍ୟା ବେଳେ ଏକାଧିକ ଜାଗାରେ ମହିଳାଙ୍କ ବେକରୁ ଛିଣ୍ଡାଇ ନେଲେ ଏହି ଚେନ ଲୁଟେରା ଗ୍ୟାଙ୍ଗ। । ଏପରିକି ମହିଳା ପୋଲିସ କର୍ମଚାରୀ ବି ଏହି ଲୁଟରୁ ବଞ୍ଚି ପାରିନାହାନ୍ତି । ସହରରେ ପାଞ୍ଚ ରୁ ଉର୍ଦ୍ଧ୍ବ ସ୍ଥାନରେ ଏହି ଗ୍ୟାଙ୍ଗ ସୁନାଚେନ ଲୁଟ କରି ଫେରାର ହେବାରେ ସଫଳ ହୋଇଛି। କିନ୍ତୁ ଖବର ପାଇ ଟାଉନ ପୋଲିସ ପିଛା କରିଥଲେ ମଧ୍ୟ ହାତ ଖାଲି ଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ଖୋଦ ଜିଲ୍ଲା ମୁଖ୍ୟାଳୟରେ ଚୋରୀ ଘଟଣା ନେଇ ପ୍ରଶ୍ନ ଉଠାଇବା ସହ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ପ୍ରକାଶ କରିଛନ୍ତି ରାଜ୍ୟ ସାଧାରଣ ସମ୍ପାଦକ ସୁବର୍ଣ୍ଣ ନାଏକ ।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA