କେନ୍ଦୁଝରରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ
କେନ୍ଦୁଝର, 17 ଜୁଲାଇ (ହି.ସ.) ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ନେଇ ସାରା ଦେଶରେ ରାଜନୀତି ସରଗରମ ହୋଇଛି। ଗତକାଲି ବିଜେଡ଼ି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଆଜି କଂଗ୍ରେସ ସହ ଅନ୍ୟ ଦଳ ମାନେ ମିଶି ଓଡିଶା ବନ୍ଦ ଡାକରା ଦେଇଛନ୍ତି। ଏହାର ପ୍ରଭାବ କେନ୍ଦୁଝର
Congress band at Keonjhar


କେନ୍ଦୁଝର, 17 ଜୁଲାଇ (ହି.ସ.)

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ନେଇ ସାରା ଦେଶରେ ରାଜନୀତି ସରଗରମ ହୋଇଛି। ଗତକାଲି ବିଜେଡ଼ି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଆଜି କଂଗ୍ରେସ ସହ ଅନ୍ୟ ଦଳ ମାନେ ମିଶି ଓଡିଶା ବନ୍ଦ ଡାକରା ଦେଇଛନ୍ତି। ଏହାର ପ୍ରଭାବ କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି । ସକାଳୁ ସମସ୍ତ ସ୍କୁଲ୍ ବନ୍ଦ ରହିଥିବା ବେଳେ ବଡ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଯେଉଁଠି ଛୋଟ ଗାଡି ଚାଲୁଛି ସେଠୀ ଦଳୀୟ କର୍ମୀ ବନ୍ଦ କରୁଥିବା ଦେଖିବାକୁ ମିଳିଛି। ସକାଳୁ ପୂର୍ବତନ ସଦର ବିଧାୟକ ତଥା ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ସୁବର୍ଣ୍ଣ ନାଏକଙ୍କ ନେତୃତ୍ୱରେ ଟ୍ରେନ ବନ୍ଦ କରାଯାଇଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ମଧ୍ୟ ବନ୍ଦ କରାଯାଇଛି। ଏହି ବନ୍ଦ କୁ ସାଧାରଣ ଲୋକ ମଧ୍ୟ ସମର୍ଥନ କରୁଥିବା କଂଗ୍ରେସ ନେତା ଦାବୀ କରୁଥିବା ବେଳେ ବନ୍ଦ ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande