ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ
Congress strick News and photo from Phulbani
ଫୋଟ


କନ୍ଧମାଳ, ୧୭ ଜୁଲାଇ(ହି.ସ.) – ବାଲେଶ୍ୱର ଜିଲ୍ଲା ଫକୀରମୋହ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ବିରୁଦ୍ଧରେ ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଥିଲା। କନ୍ଧମାଳ ଜିଲ୍ଲା କଂଗ୍ରେସ ତରଫରୁ ମଧ୍ୟ ଏହି ବନ୍ଦ ଡାକରା ଦିଆଯାଇଥିଲା। ଆଜି ସକାଳେ ଫୁଲବାଣୀ ସହର ଓ ଆଖ ପାଖ ଅଂଚଳରେ କଂଗ୍ରେସ ଦଳର କର୍ମୀମାନେ ପିକେଟିଂ ଆରମ୍ଭ କରିଥିଲେ। ସହରରେ ଦୋକାନ ବଜାର, ଅଫିସ, ସ୍କୁଲ ବନ୍ଦ କରିବାକୁ କହିବା ପରେ ସମଗ୍ର ଫୁଲବାଣୀ ସହରରେ ସମସ୍ତ ଦୋକାନ ବଜାର, ବିଦ୍ୟାଳୟ, ବେସରକାରୀ ଅନୁଷ୍ଠାନ ଏପରିକି ସରକାରୀ କାର୍ଯ୍ୟାଳୟ ଗୁଡିକ ମଧ୍ୟ ଜନଶୁନ୍ୟ ହୋଇପଡିଥିଲା। ଅନୁରୁପ କନ୍ଧମାଳର ବାଲିଗୁଡ଼ା, ଘୁ.ଉଦୟଗିରି, ରାଇକିଆ, ଦାରିଙ୍ଗବାଡି, ଫିରିଙ୍ଗିଆ ସମେତ ସମସ୍ତ ୧୨ ଟି ବ୍ଲକରେ ଏହି ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଥିଲା।

ସୌମ୍ୟଶ୍ରୀଙ୍କ ଦାରୁଣ ମୃତ୍ୟୁରେ ସାରା ଦେଶ ହତଚକିତ। ଏ ଉଦେଶ୍ୟ ରେ ଓଡିଶା ବାର ଘଣ୍ଟିଆ ବନ୍ଦକୁ ସଫଳ କରିବା ପାଇଁ ସମସ୍ତ ସ୍କୁଲ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଗାଡି ମୋଟର ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା। ଫୁଲବାଣୀ ରେ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପରିଡାଙ୍କ ନେତୃତ୍ୱରେ, ବରିଷ୍ଠ ଆଇନଜୀବୀ ବିଜୟ ମହାନ୍ତି, ରଜତ ମହାନ୍ତି, ହେମନ୍ତ କର, ଶ୍ରମିକ ନେତା ଘନ ଶବର,ସୂର୍ଯ୍ୟ ଦାସ,ଯୁବ କଂଗ୍ରେସ ନେତା ବସନ୍ତ ପାଢ଼ୀ ପ୍ରମୂଖ ଉପସ୍ଥିତ ଥିଲେ। ଆଜି ବନ୍ଦ କୁ ସଫଳ କରିବା ପାଇଁ ବଣିକ ସଙ୍ଘଙ୍କ ସମେତ ଜନ ସାଧାରଣ ସ୍ୱତପୁତ ଭାବେ ସମର୍ଥନ କରିଥିଲେ। ଏହି ବନ୍ଦରେ ବିଭିନ୍ନ ଅନୁଷ୍ଠାନ, ଦୋକାନ ବଜାର, ପେଟ୍ରୋଲ ଟ୍ୟାଙ୍କ, ଗୁଡିକ ବନ୍ଦ ରହିଥିଲା। ଏଥିସହିତ ଫୁଲବାଣୀ ବସ ଷ୍ଟାଣ୍ଡରେ ଗାଡିଗୁଡିକ ଛିଡା ହେବା ସହିତ ଜନଶୂନ୍ୟ ହୋଇଥିବାର ଦେଖିବାକୁ ମିଳିଥିଲା।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande