କେନ୍ଦୁଝର, 17 ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ସଲେଇକେନା ସଂରକ୍ଷିତ ଜଙ୍ଗଲରେ ଗଳିତ ମୃତ୍ୟୁ ଦେହ ଉଦ୍ଧାର ହୋଇଥଲା। ଏହି ଘଟଣାର ତଦନ୍ତ ପରେ ବନ ବିଭାଗ ଉକ୍ତ ସଲେଇକେନା ଗ୍ରାମର ନନ୍ଦକିଶୋର ମୁଣ୍ଡା, ଅରଦାର ମୁଣ୍ଡା, ମଙ୍ଗଳ ମୁଣ୍ଡା, ମହା ମୁଣ୍ଡା, ରାଜୁ ମୁଣ୍ଡା ଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅନ୍ୟ ପକ୍ଷରେ ବନ ବିଭାଗ ପକ୍ଷରୁ କେଉଁ କାରଣରୁ ହାତୀ ମୃତ୍ୟୁ ହୋଇଥିବା ନେଇ ତଥ୍ୟ ପ୍ରଦାନ କରାଯାଇ ନାହିଁ।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA