କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବାଇପାସ ଛକରେ ଓଡିଶା ବନ୍ଦ ର ପ୍ରଭାବ
ପଟ୍ଟାମୁଣ୍ଡାଇ, ୧୭ ଜୁଲାଇ (ହି.ସ.)- ବାଲେଶ୍ଵର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାକୁ ବିରୋଧ କରି ମୃତ ଛାତ୍ରୀଙ୍କୁ ନ୍ୟାୟ ଦାବୀରେ କଂଗ୍ରେସ ଏବଂ ବାମଦଳଙ୍କ ପକ୍ଷରୁ ଆଜି ଓଡିଶା ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବାଇପାସ ଛକରେ ମଧ୍ୟ
କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବାଇପାସ ଛକରେ ଓଡିଶା ବନ୍ଦ ର ପ୍ରଭାବ


ପଟ୍ଟାମୁଣ୍ଡାଇ, ୧୭ ଜୁଲାଇ (ହି.ସ.)- ବାଲେଶ୍ଵର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାକୁ ବିରୋଧ କରି ମୃତ ଛାତ୍ରୀଙ୍କୁ ନ୍ୟାୟ ଦାବୀରେ କଂଗ୍ରେସ ଏବଂ ବାମଦଳଙ୍କ ପକ୍ଷରୁ ଆଜି ଓଡିଶା ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବାଇପାସ ଛକରେ ମଧ୍ୟ ଓଡିଶା ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି l କଟକ-ଚାନ୍ଦବାଲି ରାସ୍ତାର ପଟ୍ଟାମୁଣ୍ଡାଇ ବାଇପାସ ଛକ ମୁଖ୍ୟ ସଂଯୋଗ ମାର୍ଗରେ ମିଳିତ କ୍ରିୟାନୁଷ୍ଠାନ କମିଟିର କର୍ମୀମାନେ ରାଜରାସ୍ତାରେ ଧାରଣା ଦେଇଛନ୍ତି l ବଜାରରେ ରହିଥିବା ଦୋକାନ କିଛି ଜାଗାରେ ବନ୍ଦ ରହିଥିବାର ଦେଖିବାକୁ ମିଳିଛି l କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି l

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande