ଗଞାମ, ୧୭ ଜୁଲାଇ (ହି.ସ.)- ଗଞ୍ଜାମ ଜିଲାର ବିଭିନ୍ନ ସହରରେ ଓ ଵ୍ରହ୍ମପୁର ସହରରେ କଂଗ୍ରେସ ଓ ଵାମପନ୍ଥୀ ସମେତ ଆଠଟି ଦଳ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରାର ପ୍ରଭାବ ପଡିଛି। ଦୋକାନ ଵଜାର, ବସ ଚଳାଚଳ ଵନ୍ଦ ରହିଛି। ତେବେ ସହରର କେତେକ ଅଞ୍ଚଳରେ ବନ୍ଦ ର ପ୍ରଭାଵ ପରିଲକ୍ଷିତ ହୋଇଥିବା ଜଣାପଡ଼ିଛି। ଗେଟ ଵଜାର, ସିଟି ହସପଟାଲ ରୋଡ, ଵ୍ରଜନଗର ଅଞ୍ଚଳରେ କେତେକ ଦୋକାନ ଵଜାର ଖୋଲାଥିଲା, ତିନିଚକିଆ ଚାରିଚକିଆ ଗାଡି ଓ ଟ୍ରାକ୍ଟର ଅବାଧରେ ଚଳାଚଳ କରୁଛି। ସହରରୁ ଗାଁ ଓ ଗାଁ ରୁ ସହରକୁ ଆମ ବସ ମଧ୍ୟ ଚଳାଚଳ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ