ରେଭେନସା କଲେଜ ଇ˚ରାଜୀ ବିଭାଗ ପିଜିରେ ସ୍ବର୍ଣ୍ଣପଦକ ପାଇଲେ ଜୟପୁର ଝିଅ
ଜୟପୁର, ୧୭ ଜୁଲାଇ (ହି.ସ.)- ଜୟପୁରର ଝିଅ ରେଭେନସା କଲେଜ ଇ˚ରାଜୀ ବିଭାଗ ପିଜିରେ ରାଷ୍ଟ୍ରପତିଙ୍କ ଠାରୁ ସ୍ବର୍ଣ୍ଣପଦକ ହାସଲ କରି ଜୟପୁର ତଥା କୋରାପୁଟ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଜୟପୁରର ଝିଅ ଅନିନ୍ଦିତା ଜାହ୍ନବୀ ସୁଆର ରେଭେନ୍ସା ବିଶ୍ବବିଦ୍ୟାଳୟ ଅନୁମୋଦିତ ପାଠ୍ୟକ୍ରମ ସମାପନ ପୂର୍
ରେଭେନସା କଲେଜ ଇ˚ରାଜୀ ବିଭାଗ ପିଜିରେ ସ୍ବର୍ଣ୍ଣପଦକ ପାଇଲେ ଜୟପୁର ଝିଅ


ଜୟପୁର, ୧୭ ଜୁଲାଇ (ହି.ସ.)- ଜୟପୁରର ଝିଅ ରେଭେନସା କଲେଜ ଇ˚ରାଜୀ ବିଭାଗ ପିଜିରେ ରାଷ୍ଟ୍ରପତିଙ୍କ ଠାରୁ ସ୍ବର୍ଣ୍ଣପଦକ ହାସଲ କରି ଜୟପୁର ତଥା କୋରାପୁଟ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଜୟପୁରର ଝିଅ ଅନିନ୍ଦିତା ଜାହ୍ନବୀ ସୁଆର ରେଭେନ୍ସା ବିଶ୍ବବିଦ୍ୟାଳୟ ଅନୁମୋଦିତ ପାଠ୍ୟକ୍ରମ ସମାପନ ପୂର୍ବକ ୨୦୨୪ ମସିହା ଏପ୍ରିଲ ମାସରେ ଅନୁଷ୍ଠିତ ସ୍ନାତକୋତ୍ତର(କଳା) ଇ˚ରାଜୀ ପରୀକ୍ଷାରେ ୭୧ ପ୍ରତିଶତ ମାର୍କ ରଖିବା ସହ ପ୍ରଥମ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହୋଇଥିବାରୁ ତାଙ୍କୁ ରାଷ୍ଟ୍ରପତିଙ୍କ ଦ୍ବାରା ସ୍ବର୍ଣ୍ଣପଦକ ପୁରସ୍କୃତ କରାଯାଇଛି। କୁଳସଚିବ କାହ୍ନୁଚରଣ ମଲ୍ଲିକ ସ୍ବର୍ଣ୍ଣପଦକ ଓ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ଲୁନା ସାମନ୍ତ ଶପଥପାଠ କରାଇଥିଲେ। ଗତକାଲି ରେଭେନସା ବିଶ୍ବବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଯୋଗ ଦେଇଥିବା ବେଳେ କୁଳାଧିପତି ତଥା ରାଜ୍ୟପାଳ ଡକ୍ଟର ହରିବାଜୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବ˚ଶୀ ସୂରଜ ପ୍ରମୁଖ ଉପସ୍ଥିତ ଥିଲେ। ଝିଅ ଜାହ୍ନବୀଙ୍କ ସଫଳତାରେ ତାଙ୍କ ବାପା ରବିନ୍ଦ୍ର କୁମାର ସୁଆର ଓ ମାତା ସୁନିତା ପାଣିଗ୍ରାହୀଙ୍କ ପ୍ରମୁଖ ଭୂମିକା ରହିଛି ବୋଲି ଜାହ୍ନବୀ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande