ବିଦ୍ୟୁତ ଖୁଂଟ ଚୋରି ଅଭିଯୋଗରେ କବାଡିଆ ଅଦାଲତ ଚାଲାଣ
କୋରେଇ, ୧୭ ଜୁଲାଇ (ହି.ସ.)- ପାଣିକୋଇଲି ଥାନା ତଥା ଯାଜପୁର ବ୍ଲକ ମାଳଆନନ୍ଦପୁର ପଂଚାୟତର ନମଟିକିରି ଗ୍ରାମ ନିକଟରୁ ବିଦ୍ୟୁତ ଖୁଂଟ ଚୋରି ହେବା ନେଇ ଯାଜପୁର ରୋଡ ବିଦ୍ୟୁତ ବିଭାଗର ଆସିଷ୍ଟାଣ୍ଡ ଏଜକୁଟିଭ ଇଂଜିନିୟର (ଟିପିଏନଓଡିଏଲ) ଜତିନ୍ଦ୍ର ନାଥ ସାହୁ ପାଣିକୋଇଲି ଥାନାରେ ବୁଧବାର ଅଭିଯୋଗ କରିଥିଲେ
ବିଦ୍ୟୁତ ଖୁଂଟ ଚୋରି ଅଭିଯୋଗରେ କବାଡିଆ ଅଦାଲତ ଚାଲାଣ


କୋରେଇ, ୧୭ ଜୁଲାଇ (ହି.ସ.)- ପାଣିକୋଇଲି ଥାନା ତଥା ଯାଜପୁର ବ୍ଲକ ମାଳଆନନ୍ଦପୁର ପଂଚାୟତର ନମଟିକିରି ଗ୍ରାମ ନିକଟରୁ ବିଦ୍ୟୁତ ଖୁଂଟ ଚୋରି ହେବା ନେଇ ଯାଜପୁର ରୋଡ ବିଦ୍ୟୁତ ବିଭାଗର ଆସିଷ୍ଟାଣ୍ଡ ଏଜକୁଟିଭ ଇଂଜିନିୟର (ଟିପିଏନଓଡିଏଲ) ଜତିନ୍ଦ୍ର ନାଥ ସାହୁ ପାଣିକୋଇଲି ଥାନାରେ ବୁଧବାର ଅଭିଯୋଗ କରିଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳ ପନରିଦର୍ଶନ କରିଥିଲେ । ସେଠାରୁ ଜାଣିବାକୁ ପାଇଲେ ପାଣିକୋଇଲିର ସାଜନ ନାମକ କବାଡିଆ ଏହାକୁ ଭାଂଗି ନେଇଯାଇଛି । ଅଭିଯୋଗ ପରେ ଏକ ମାମଲା ୨୧୭/୨୫ ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ପୁଲିସ ସାଜନ କବାହିଆ ଠାରେ ଚଢଉ କରି ତାକୁ ଗିରଫ କରିଥିବା ବେଳେ ଆଜି ତାକୁ ଅଦାଲତ ଚାଲାଣ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande