ମିଶାବନ୍ଦୀଙ୍କ ରେକର୍ଡପତ୍ର ପ୍ରସଙ୍ଗ, ପ୍ରଶାସନର ବିଫଳତା ପରେ ମିଶାବନ୍ଦୀଙ୍କ ଦ୍ୱାରା ସଂଗୃହିତ ରେକର୍ଡପତ୍ର ବିଭାଗକୁ ପ୍ରଦାନ
ଭଦ୍ରକ, ୧୭ ଜୁଲାଇ (ହି.ସ.) - ସରକାର ମିଶାବନ୍ଦୀମାନଙ୍କୁ ଓଡ଼ିଶାର କୋଣ ଅନୁକୋଣରୁ ଡକାଇ ସମ୍ବର୍ଦ୍ଧିତ କରିଥିବାବେଳେ ଭଦ୍ରକ ଜିଲାରେ ପ୍ରଶାସନ ସେମାନଙ୍କୁ ହତାଦର କରିଛି। ଜିଲାର ମିଶାବନ୍ଦୀମାନଙ୍କର ରେକର୍ଡପତ୍ର ସଂଗ୍ରହ କରିବାରେ ପ୍ରଶାସନ ଫେଲ ମାରିଲା। କିନ୍ତୁ ଜିଲାର ଜଣେ ୭୫ ବର୍ଷିୟ ମିଶାବନ୍ଦୀ ଭଦ
MISA BANDI FILE PHOTO


ଭଦ୍ରକ, ୧୭ ଜୁଲାଇ (ହି.ସ.) - ସରକାର ମିଶାବନ୍ଦୀମାନଙ୍କୁ ଓଡ଼ିଶାର କୋଣ ଅନୁକୋଣରୁ ଡକାଇ ସମ୍ବର୍ଦ୍ଧିତ କରିଥିବାବେଳେ ଭଦ୍ରକ ଜିଲାରେ ପ୍ରଶାସନ ସେମାନଙ୍କୁ ହତାଦର କରିଛି। ଜିଲାର ମିଶାବନ୍ଦୀମାନଙ୍କର ରେକର୍ଡପତ୍ର ସଂଗ୍ରହ କରିବାରେ ପ୍ରଶାସନ ଫେଲ ମାରିଲା। କିନ୍ତୁ ଜିଲାର ଜଣେ ୭୫ ବର୍ଷିୟ ମିଶାବନ୍ଦୀ ଭଦ୍ରକ କୋର୍ଟରୁ ରେକର୍ଡପତ୍ର ସଂଗ୍ରହ କରି ପ୍ରଶାସନକୁ ପ୍ରଦାନ କରିବା ଘଟଣା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ସୂଚନାଯୋଗ୍ୟ ପ୍ରଶାସନର ଏହି ବିଫଳତା କାରଣରୁ ଦେଶର ଜରୁରୀକାଳନୀ ପରିସ୍ଥିତି ସମୟରେ ମିଶା, ଡିଆଇଆର, ଡିଆଇଏସଆରରେ ଗିରଫ ହୋଇ ୨/୩ ମାସ ଧରି ଜେଲ୍‌ରେ କାରାବରଣ କରିଥିବା ୬ ଜଣ ମିଶାବନ୍ଦୀ ଜୁନ୍ ୨୫ ରେ ସମ୍ବିଧାନ ହତ୍ୟା ଦିବସରେ ସମ୍ବର୍ଦ୍ଧିତରୁ ବଂଚିତ ହେଲେ। ଏହାବ୍ୟତୀତ ମିଶାବନ୍ଦୀଙ୍କ ପାଇଁ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ମାସିକିଆ ଭତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଅପେକ୍ଷାରେ ଥିବା ଜିଲାର ୭ ଜଣ ମିଶାବନ୍ଦୀଙ୍କ ଆଶା ମଉଳିଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ ଏହି ୭ ମିଶାବନ୍ଦୀଙ୍କ ତଥ୍ୟ ସଂଗ୍ରହ ପାଇଁ ଭଦ୍ରକ ଜେଲ୍ ଠାରୁ ଆରମ୍ଭ କରି ତତ୍‌କାଳୀନ ବାଲେଶ୍ୱର ଜିଲା ଏସ୍‌ପି ଅଫିସ୍‌, ଜେଲ୍‌, ଜଜ୍‌କୋର୍ଟ ପର୍ଯ୍ୟନ୍ତ ପତ୍ର ମାଧ୍ୟମରେ ଉଦ୍ୟମ ଜାରି କରାଯାଇଥିଲା। କିନ୍ତୁ ସୁଫଳ ମିଳିଲାନାହିଁ। ତଥ୍ୟ ସଂଗ୍ରହ କ୍ଷେତ୍ରରେ ପ୍ରଶାସନର ଏହି ବିଫଳତାକୁ ନେଇ ମିଶାବନ୍ଦୀଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଥିଲା। ତେବେ ଏହି ଜିଲାରେ ୨୭ ବର୍ଷ ବୟସରେ ଗିରଫ ହୋଇଥିବା ତାଳପଦା ଅଂଚଳର ବନ୍ଦୀ ତାରାକାନ୍ତ ମହାପାତ୍ର (୭୫ ବର୍ଷ) ଭଦ୍ରକ କୋର୍ଟରୁ ଏହି ବନ୍ଦୀ ସଂପର୍କିତ ସମସ୍ତ ପ୍ରମାଣପତ୍ର (ସାର୍ଟିଫାଏଡ୍ କପି) ହାସଲ କରିଥିଲେ। ପରବର୍ତୀ ସମୟରେ ଏସ୍‌ଡିଜେଏମ୍ କୋର୍ଟର ଏହି ସାର୍ଟିଫାଏଡ୍ କପିଗୁଡିକୁ (ଜିଆର କେଶ୍ ନଂ ୬୩୭/୧୯୭୫, ୬୨୩/୧୯୭୫) ଜିଲା ପ୍ରଶାସନ ନିକଟରେ ଉପସ୍ଥାପନା କରିଥିଲେ। ପ୍ରଶାସନ ପକ୍ଷରୁ ଏହି ପ୍ରମାଣପତ୍ର ଗୁଡିକର ଫଟୋକପି ସହ ପତ୍ର ମାଧ୍ୟମରେ ଭଦ୍ରକ କୋର୍ଟକୁ ପଠାଇ ବିଭାଗୀୟ ପତ୍ର ଜରିଆରେ ପ୍ରମାଣପତ୍ର ମାଗିଥିଲେ ମଧ୍ୟ ଆଜିଯାଏ ପ୍ରଶାସନର ହସ୍ତଗତ ହେଇପାରିନାହିଁ। ଅନ୍ୟପକ୍ଷରେ ଏହି ସାର୍ଟିଫାଏଡ୍ କପିଗୁଡିକୁ ପ୍ରଶାସନ ପକ୍ଷରୁ ଗୃହ ମନ୍ତ୍ରଣାଳୟକୁ ପଠାଇ ଅନୁମୋଦନ ଆଣିବାକୁ ମିଶାବନ୍ଦୀମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ଭଦ୍ରକ କୋର୍ଟରୁ ସଂଗୃହିତ ପ୍ରମାଣପତ୍ର ଅନୁସାରେ ଭଦ୍ରକରେ ଗିରଫ ହୋଇଥିବା ବନ୍ଦୀମାନେ ଦଫା ୪୩(୫), ୪୬(୫) ଡିଆଇଆର ଜିଏଫ୍ ୧୯୭୧ ଏଣ୍ଡ ୧୨୦ (ବି), ୧୨୪(ଏ) ଆଇପିସି ରେ ଗିରଫ ହୋଇ ତା ୨୩.୦୮.୭୫ ରିଖରେ ଜେଲ୍ ଯାଇଥିଲେ। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande