ଓଡ଼ିଶାରେ ଖୋଲିବ ୫ ନୂଆ ମହିଳା ଏନସିସି ବାଟାଲିଅନ
ଭୁବନେଶ୍ୱର, ୧୭ ଜୁଲାଇ (ହି.ସ.)- ରାଜ୍ୟରେ ୫ ନୂଆ ମହିଳା ଏନସିସି ବାଟାଲିଅନ୍ ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତାବ ରହିଛି। ଏଥିପାଇଁ ଆବଶ୍ୟକୀୟ ଭିତିଭୂମି, ମାନବସମ୍ବଳ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରହିଥିବା ସମୟସୀମା ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିବା ପାଇଁ ଓଡ଼ିଶା ଏନସିସି
ଓଡ଼ିଶାରେ ଖୋଲିବ ୫ ନୂଆ ମହିଳା ଏନସିସି ବାଟାଲିଅନ


ଭୁବନେଶ୍ୱର, ୧୭ ଜୁଲାଇ (ହି.ସ.)- ରାଜ୍ୟରେ ୫ ନୂଆ ମହିଳା ଏନସିସି ବାଟାଲିଅନ୍ ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତାବ ରହିଛି। ଏଥିପାଇଁ ଆବଶ୍ୟକୀୟ ଭିତିଭୂମି, ମାନବସମ୍ବଳ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରହିଥିବା ସମୟସୀମା ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିବା ପାଇଁ ଓଡ଼ିଶା ଏନସିସି ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି।

ରାଜ୍ୟରେ ବର୍ତମାନ ଏନସିସି କ୍ୟାଡେଟ ସଂଖ୍ୟା ୬୩,୦୦୦ ରହିଥିବା ବେଳେ ଏହାକୁ ୯୦,୦୦୦କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ନୂଆ ମହିଳା ଏନସିସି ବାଟାଲିଅନ୍ ର ସ୍ଥାପନ ମାଧ୍ୟମରେ ଏନସିସିରେ ମହିଳାମାନଙ୍କର ସକ୍ରିୟ ଅଂଶଗ୍ରହଣକୁ ସୁନିଶ୍ଚିତ କରାଯିବ। ଏଥୁସହ ସହିତ କ୍ୟାଡେଟ୍ ମାନଙ୍କର ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଉପରେ ଧ୍ୟାନ ଦିଆଯିବ। ରାଷ୍ଟ୍ର ନିର୍ମାଣ ପାଇଁ ଯୁବ ନେତୃତ୍ୱର ବିକାଶ ଏବଂ ଯୁବବର୍ଗଙ୍କ ଯୋଗଦାନ ଉପରେ ଗୁରୁତ୍ୱାରୋପ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande