ନାକଟିଦେଉଳରେ ସିଏସସିର ୧୬ ତମ ବାର୍ଷିକ ଉତ୍ସବ ପାଳିତ
ସମ୍ବଲପୁର, ୧୭ ଜୁଲାଇ (ହି.ସ.) - ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକରେ ମହାସମାରୋହରେ ୧୬ ତମ ବାର୍ଷିକ ସିଏସସି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନାକଟିଦେଉଳ ହାଟପଦା ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବାହାଡା, କରଞ୍ଜ, ତେନ୍ତୁଳି, ଜାମୁ ଆଦି ବିଭିନ୍
ନାକଟିଦେଉଳରେ ସିଏସସିର ୧୬ ତମ ବାର୍ଷିକ ଉତ୍ସବ ପାଳିତ


ସମ୍ବଲପୁର, ୧୭ ଜୁଲାଇ (ହି.ସ.) - ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକରେ ମହାସମାରୋହରେ ୧୬ ତମ ବାର୍ଷିକ ସିଏସସି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନାକଟିଦେଉଳ ହାଟପଦା ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବାହାଡା, କରଞ୍ଜ, ତେନ୍ତୁଳି, ଜାମୁ ଆଦି ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ନାକଟିଦେଉଳ ସରପଂଚ ଜିତେନ୍ଦ୍ର କୁମାର ସାହୁ, ସାହେବୀ ସରପଂଚ ରାମପ୍ରସାଦ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆନୁସଙ୍ଗିକ ଭାବେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାବୁଲା ସାହୁ, ସମରେନ୍ଦ୍ର ମାଝୀ,ସଚିନ କୁମାର ସାହୁ, ଚିତରଞ୍ଜନ ପ୍ରଧାନ, ନିଗମାନନ୍ଦ ସାହୁ, ପ୍ରଶାନ୍ତ କୁମାର ପୁରୋହିତ, ସୁକୁମାର ପ୍ରଧାନ, ଜିତମୟ କୁମାର ସାହୁ, ସିଦ୍ଧାର୍ଥ ବେହେରା, ରିତୁ ବିଶ୍ୱାଳ, ସୁରେଶ ଚନ୍ଦ୍ର ନାଏକ, ଅଶୋକ କୁମାର ପ୍ରଧାନ, ଲଷ୍ମୀକାନ୍ତ ନାଏକ, ସୁଶାନ୍ତ ଭୁତିଆ, ପ୍ରଶାନ୍ତ ଦାଶ, ମୁକେଶ ପ୍ରଧାନ, ଓମପ୍ରକାଶ ପ୍ରଧାନ ପ୍ରମୁଖ ଜନସେବା କେନ୍ଦ୍ର ସଂଚାଳକ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande