ଜିଲ୍ଲାପାଳଙ୍କ ସମ୍ବଲପୁର ନବୋଦୟ ବିଦ୍ୟାଳୟ ପରିଦର୍ଶନ
ସମ୍ବଲପୁର, ୧୭ ଜୁଲାଇ (ହି.ସ.) - ଆଜି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସମ୍ବଲପୁର ଗୋଶାଳାସ୍ଥିତ ନବୋଦୟ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷା ପରିବେଶ, ଶିକ୍ଷା ମାନଦଣ୍ଡ ଓ ପ୍ରଶାସନିକ କାର୍ଯ୍ୟପ୍ରଣାଳୀ ଓ ଅନ୍ୟାନ୍ୟ ଦିଗକୁ ଅନୁଧ୍ୟାନ କରିବା ସହ ଏ ସମ୍ପର୍କରେ ବ୍ୟାପକ ସମୀ
ଜିଲ୍ଲାପାଳଙ୍କ ସମ୍ବଲପୁର  ନବୋଦୟ ବିଦ୍ୟାଳୟ ପରିଦର୍ଶନ


ଜିଲ୍ଲାପାଳଙ୍କ ସମ୍ବଲପୁର  ନବୋଦୟ ବିଦ୍ୟାଳୟ ପରିଦର୍ଶନ


ଜିଲ୍ଲାପାଳଙ୍କ ସମ୍ବଲପୁର  ନବୋଦୟ ବିଦ୍ୟାଳୟ ପରିଦର୍ଶନ


ଜିଲ୍ଲାପାଳଙ୍କ ସମ୍ବଲପୁର  ନବୋଦୟ ବିଦ୍ୟାଳୟ ପରିଦର୍ଶନ


ସମ୍ବଲପୁର, ୧୭ ଜୁଲାଇ (ହି.ସ.) - ଆଜି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସମ୍ବଲପୁର ଗୋଶାଳାସ୍ଥିତ ନବୋଦୟ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷା ପରିବେଶ, ଶିକ୍ଷା ମାନଦଣ୍ଡ ଓ ପ୍ରଶାସନିକ କାର୍ଯ୍ୟପ୍ରଣାଳୀ ଓ ଅନ୍ୟାନ୍ୟ ଦିଗକୁ ଅନୁଧ୍ୟାନ କରିବା ସହ ଏ ସମ୍ପର୍କରେ ବ୍ୟାପକ ସମୀକ୍ଷା କରିଛନ୍ତି।

ଏହି ଅବସରରେ ଜିଲ୍ଲାପାଳ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନଙ୍କ ସହ ଉତ୍ସାହପୂର୍ଣ୍ଣ ଆଲୋଚନା କରି ତାଙ୍କର ଅନୁଭୂତି, ଅଭିଳାଷା ଓ ଶିକ୍ଷା ଗତିବିଧି ବିଷୟରେ ପଚାରି ବୁଝିଥିଲେ । ଏଥିସହ ବିଦ୍ୟାଳୟର ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ । ସେ ଶିକ୍ଷାର ଗୁଣବତା ବୃଦ୍ଧି ପାଇଁ ବିଦ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରିଥଲେ।

ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ଦୃଢ଼ ଲକ୍ଷ୍ୟ ନିର୍ଦ୍ଧାରଣ କରି କଠିନ ପରିଶ୍ରମ ଦ୍ୱାରା ଆଗକୁ ବଢ଼ିବା ପାଇଁ ପ୍ରେରିତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande