ପାଣିକୋଇଲିରେ ଓଡ଼ିଶା ବନ୍ଦ ସଫଳ
କୋରେଇ, ୧୭ ଜୁଲାଇ (ହି.ସ.)- ଆଜି ଓଡିଶା ବନ୍ଦ ପାଣିକୋଇଲିରେ ସ୍ୱତଃ ସଫଳ ହୋଇଛି । ବାଲେଶ୍ୱର ଜିଲ୍ଲା ଫକୀର ମୋହନ ବିଶ୍ୱ ବିଦ୍ୟାଳୟର ଛାତ୍ରୀ ସ୍ୱର୍ଗତା ସୋମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ରାଜ୍ୟର ବିରୋଧୀ ଦଳ ସରକାରଙ୍କୁ ଘେରିଥିବା ବେଳେ ସୋମ୍ୟାଶ୍ରୀଙ୍କୁ ନ୍ୟାୟ ଦାବି ନେଇ ବିଭିନ୍ନ ସଙ୍ଗଠନ ପକ୍ଷ
ପାଣିକୋଇଲିରେ ଓଡ଼ିଶା ବନ୍ଦ ସଫଳ


କୋରେଇ, ୧୭ ଜୁଲାଇ (ହି.ସ.)- ଆଜି ଓଡିଶା ବନ୍ଦ ପାଣିକୋଇଲିରେ ସ୍ୱତଃ ସଫଳ ହୋଇଛି । ବାଲେଶ୍ୱର ଜିଲ୍ଲା ଫକୀର ମୋହନ ବିଶ୍ୱ ବିଦ୍ୟାଳୟର ଛାତ୍ରୀ ସ୍ୱର୍ଗତା ସୋମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ରାଜ୍ୟର ବିରୋଧୀ ଦଳ ସରକାରଙ୍କୁ ଘେରିଥିବା ବେଳେ ସୋମ୍ୟାଶ୍ରୀଙ୍କୁ ନ୍ୟାୟ ଦାବି ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିବା ସହିତ ଆଜି ଓଡିଶା ବନ୍ଦ ପାଳନ କରାଯାଇଛି । ସୌମ୍ୟାକୁ ନ୍ୟାୟ ଦାବିକୁ ସ୍ୱତଃ ଭାବେ ସମସ୍ତ ଦୋକାନୀ ସମର୍ଥନ ଜଣାଇ ସମ୍ପୂର୍ଣ୍ଣ, ସ୍କୁଲ, ବ୍ୟାଙ୍କ, ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା । ବନ୍ଦକୁ ସମର୍ଥନ ଜଣାଇ ଆନ୍ଦୋଳନକାରୀ ନଥାଇ ମଧ୍ୟ ସଠିପୁର ବଜାର ବନ୍ଦ ରହିଥିବା ଦେଖାଯାଇଥିଲା । ଏହି ଅବସରରେ ପାଣିକୋଇଲି ଠାରେ କଂଗ୍ରେସ ଓ ସିପିଆଇ (ଏମ) ସହିତ ଭାରତୀୟ ଛାତ୍ର ଫେଡ଼େରେଶନ ପକ୍ଷରୁ ବନ୍ଦ ପାଳନ କରାଯାଇଛି । କଂଗ୍ରେସ ଓ ସିପିଆଇ(ଏମ) ପକ୍ଷରୁ ପାଣିକୋଇଲି ଓଭରବ୍ରିଜ ତଳେ ଆନ୍ଦୋଳନରେ ବସିବା ଯୋଗୁ ଗାଡ଼ି ମୋଟର ଚଳାଚଳରେ ବ୍ୟାଘାତ ସୃଷ୍ଟି ହେଇଥିଲା । ରାଜପଥ ଅବରୋଧ କରିବା ଫଳରେ ଆସୁଥିବା କାଁଭାଁ ଯାନବାହନ ଅଟକି ରହିଥିଲା । କୋରାଇ କଂଗ୍ରେସର ବରିଷ୍ଠ ନାରୀ ନେତ୍ରୀ ବନ୍ଦିତା ପରିଡ଼ାଙ୍କ ନେତୃତ୍ୱରେ କୋରାଇ ବ୍ଲକ କଂଗ୍ରେସ ସଭାପତି ଅକ୍ଷୟ କୁମାର ଜେନାଙ୍କ ସଭାପତିତ୍ୱରେ ଯୁବନେତା ରାକେଶ କୁମାର ସାହୁଙ୍କ ସଂଯୋଜନାରେ କଂଗ୍ରେସ କର୍ମୀ ବଟକୃଷ୍ଣ ମହାପାତ୍ର, ଘନଶ୍ୟାମ ପଣ୍ଡା, ରଘୁନାଥ ମାଝୀ, ନାରାୟଣ ବେହେରା, ଅରୁପାନନ୍ଦ ମଲ୍ଲିକ, ପ୍ରତାପ ମଲ୍ଲିକ, ଦିବାକର ବୋଇତାଇ, ନୀଳମଣୀ ମହାରଣା, ପ୍ରଫୁଲ୍ଲ କୁମାର ପାଢୀ, ମନୋଜ ମଙ୍ଗରାଜ.ଦିଲ୍ଲିପ ସେନାପତି, ନରହରି କୁଅଁରଙ୍କ ସମେତ ଶତାଧିକ କର୍ମୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ସେହିପରି ସିପିଆଇ(ଏମ) ପକ୍ଷରୁ ମଧ୍ୟ ବନ୍ଦ ପାଳନ କରାଯାଇଥିଲା । ସିପିଆଇ(ଏମ)ର ଜିଲ୍ଲା ସମ୍ପାଦକ ନିର୍ମଳ ରଥଙ୍କ ନେତୃତ୍ୱରେ ଗଣେଶ ସାହୁ, ସୁରେଶ ସାହୁ, ମାଧବ କୁଣ୍ଡୁ, କୀର୍ତନ ସାହୁ, ପ୍ରମୋଦ ସାହୁ, ହେମନ୍ତ ଦାସ, ପ୍ରତ୍ୟୁଷ ସାହୁ, ସୁବ୍ରତ ଯେନା, ବ୍ରହ୍ମାନନ୍ଦ ବାରିକ, ଛାତ୍ର ଫେଡ଼େରେସନର ସୁଧାଂଶୁ ସାହୁ, ପ୍ରଦୀପ ସେଠୀ, ସନ୍ଦୀପ ସାହୁ, ବିକ୍ରମ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପାଣିକୋଇଲି ପୁଲିସ ପକ୍ଷରୁ ଥାନାଧିକାରୀ ରଂଜିତ ମହାନ୍ତିଙ୍କ ନେତୃତ୍ଵରେ ସବଇନିପେକ୍ଟର ପ୍ରଶାନ୍ତ କୁମାର ଦାଶ ଓ ସମସ୍ତ କର୍ମଚାରୀ ଶାନ୍ତିଶୃଙ୍ଖଳା ନିମନ୍ତେ ମୁତୟନ ରହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande