ପଟ୍ଟାମୁଣ୍ଡାଇ , ୧୭ ଜୁଲାଇ (ହି.ସ.)- ବାଲେଶ୍ଵର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀକୁ ନ୍ୟାୟ ପ୍ରଦାନ ପାଇଁ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ ଓ ଜିଲ୍ଲା କଂଗ୍ରେସ କମିଟି ପରାମର୍ଶରେ ଡାକରା ଦିଆଯାଇଥିବା ଓଡିଶା ବନ୍ଦ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ସଫଳ ହୋଇଛି। ରାଜନଗର ମୁଖ୍ୟ ରାସ୍ତା ହଂସୁଆ ସେତୁ ନିକଟରେ ଶତାଧିକ କଂଗ୍ରେସ କର୍ମୀ ନିର୍ବାଚନମଣ୍ଡଳୀ ଯୁବ ନେତା ପ୍ରଶାନ୍ତ କୁମାର ରାଉତଙ୍କ ନେତୃତ୍ବରେ ଅଖ ଚକ ବନ୍ଦ ସହିତ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ସ୍କୁଲ କଲେଜ ଦୋକାନ ବଜାର ବନ୍ଦ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଦାମୋଦର ବିଶ୍ବାଳ, ବରିଷ୍ଠ ନେତା ବୈକୁଣ୍ଠ ବିହାରୀ ବିଶ୍ବାଳ, ମାଗୁଣି ପଢ଼ିହାରୀ, ରମାକାନ୍ତ ଜେନା, ପ୍ରଭାତ ପ୍ରଧାନ, କ୍ଷୀରୋଦ ସ୍ୱାଇଁ, ପ୍ରମୋଦ ସ୍ୱାଇଁ, ସଞ୍ଜୟ ପତି, ନିମାଇଁ ଦାସ, ଯୁବ ନେତା ସୁଶିଲ ପ୍ରଧାନ, ସୌରଭ ଜେନା, କୈଳାଶ ସାମଲ, ନାଗେଶ୍ଵର ସାହୁ, ବିକା ସେଠୀ, ସଞ୍ଜୟ ସାହୁ, ରାଜକିଶୋର ବେହେରା, ଛାତ୍ର ନେତା ପ୍ରିୟ ରଞ୍ଜନ ରାଉତ, ଜୟ ପ୍ରକାଶ ରାଉତ, ଶୈଳେଶ ସ୍ୱାଇଁ, ସ୍ନେହାଶିଷ୍ ଜେନା, ବାଦଲ ଜେନା, ବିପିନା ରାଉତ ପ୍ରମୁଖ ସାମିଲ ହୋଇ ବନ୍ଦ କୁ ସଫଳ କରିଥିଲେ। ନାରୀ ନ୍ୟାୟ ପାଇଁ ଲଢେଇ ସଡକରୁ ସଂସଦ ପର୍ଯ୍ୟନ୍ତ ଜାରି ରହିବ I ଓଡିଶା ବନ୍ଦ ଡାକରାକୁ ବରିଷ୍ଠ ନାଗରିକ ଛାତ୍ର ଯୁବକ ମହିଳା କୃଷକ ଶ୍ରମିକ ଜନସାଧାରଣଙ୍କ ସ୍ୱତଃପ୍ରବୃତ୍ତ ସମର୍ଥନ ମିଳିଥିବା ଦେଖିବାକୁ ମିଳିଛି I
ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ