ପୂର୍ବତନ ପଂଚାୟତ ସମିତି ଉପାଧ୍ୟକ୍ଷଙ୍କ ତୃତୀୟ ଶ୍ରାଦ୍ଧସଭା ପାଳିତ
ଭଦ୍ରକ, ୧୭ ଜୁଲାଇ (ହି.ସ.) - ଭଦ୍ରକ ଜିଲା ଧାମନଗର ପଂଚାୟତ ସମିତି ର ପୂର୍ବତନ ଉପାଧ୍ୟକ୍ଷ ,ଜୟନଗର ପଂଚାୟତ ର ପୂର୍ବତନ ସରପଂଚ ପିତାମ୍ବର ପାତ୍ର ଙ୍କ ତୃତୀୟ ଶ୍ରାଦ୍ଧ ଦିବସ କାଙ୍କର ସ୍ଥିତ ଜଗନ୍ନାଥ ବିଦ୍ୟା ମନ୍ଦିର ପରିସରରେ ଗୁରୁବାର ଅନୁଷ୍ଠିତ ହୋଇ ଯାଇଛି।ମୂରଲୀଧର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଅକ
PANCHAYAT SAMITI UPADAKHYA SRADHA BARSIKI


ଭଦ୍ରକ, ୧୭ ଜୁଲାଇ (ହି.ସ.) - ଭଦ୍ରକ ଜିଲା ଧାମନଗର ପଂଚାୟତ ସମିତି ର ପୂର୍ବତନ ଉପାଧ୍ୟକ୍ଷ ,ଜୟନଗର ପଂଚାୟତ ର ପୂର୍ବତନ ସରପଂଚ ପିତାମ୍ବର ପାତ୍ର ଙ୍କ ତୃତୀୟ ଶ୍ରାଦ୍ଧ ଦିବସ କାଙ୍କର ସ୍ଥିତ ଜଗନ୍ନାଥ ବିଦ୍ୟା ମନ୍ଦିର ପରିସରରେ ଗୁରୁବାର ଅନୁଷ୍ଠିତ ହୋଇ ଯାଇଛି।ମୂରଲୀଧର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ହୋତା ଙ୍କ ସଭାପତିତ୍ୱରେ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ବିଜେଡି ବ୍ଲକ ସଭାପତି ପ୍ରତାପ କୁମାର ସାମଲ ,ବିଜେଡି ନିର୍ବାଚନ ମଣ୍ଡଳୀ ନେତା ଡା, ସଂଜୟ ଦାସ,ଧାମନଗର ପଂଚାୟତ ସମିତି ର ପୂର୍ବତନ ଅଧକ୍ଷ ଅଶୋକ କୁମାର ନାୟକ, ବିଜୁ ଯୁବଜନତା ଦଳ ର ବ୍ଲକ ସଭାପତି ଭାରତ ବିଜୟ ଦଳାଇ,ସାମ୍ବାଦିକ ବୈକୁଣ୍ଠ ନାଥ ସାହୁ ,ସୁଧାକର ଦାଶ, ପ୍ରଦୀପ୍ତ ଦାସ, ହେମନ୍ତ ସୁତାର, ହୃଦା ନନ୍ଦ କର ସମେତ ବିଶିଷ୍ଟି ବ୍ୟକ୍ତି ସାମ୍ବାଦିକ , ରାଜ ନେତା ମାନେ ଯୋଗ ଦେଇ ସ୍ୱର୍ଗତ ପାତ୍ର ଙ୍କ ପ୍ରତିମୂର୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ୱ ରେ ସ୍ଥାନୀୟ ବିଦ୍ୟାଳୟ ର ଛାତ୍ରୀ ଙ୍କ ପକ୍ଷରୁ ସ୍ୱାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରା ଯାଇଥିଲା। ଏହି ଅବରରେ ସ୍ୱର୍ଗତ ପାତ୍ର ଙ୍କ ବାସ ଭବନ ରେ ଗୀତ ଜଙ୍ଗ୍ୟ ଅନୁଷ୍ଠିତ ହୋଇଥିଲା। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande