ଖୋର୍ଦ୍ଧାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ
ଖୋର୍ଦ୍ଧା, ୧୭ ଜୁଲାଇ (ହି.ସ.)- ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଦେବା ଘଟଣାକୁ ନେଇ ସମଗ୍ର ରାଜ୍ୟରେ ତାତି ଦେଖାଯିବା ସହ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି। ତେବେ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟିର ରାଜ
ବନ୍ଦ


ଖୋର୍ଦ୍ଧା, ୧୭ ଜୁଲାଇ (ହି.ସ.)- ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଦେବା ଘଟଣାକୁ ନେଇ ସମଗ୍ର ରାଜ୍ୟରେ ତାତି ଦେଖାଯିବା ସହ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି। ତେବେ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ଗୁରୁବାର ସାରା ରାଜ୍ୟକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି। ଯାହାର ପ୍ରଭାବ ଖୋର୍ଦ୍ଧା ଜିଲାର ମଧ୍ୟ ଦେଖିବାକୁ ମିଳିଛି। ଆଜି ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକଙ୍କ ନେତୃତ୍ବରେ ବିକ୍ଷୋଭ କରାଯାଇଥିଲା। ତେବେ ସକାଳ ୬ଟାରୁ ଜିଲାର ମୁଖ୍ୟାଳୟ ଖୋର୍ଦ୍ଧା ସହର ସମେତ ବେଗୁନିଆ, ଜଟଣୀ, ବାଲୁଗାଁ, ବାଣପୁର, ଟାଙ୍ଗୀ ଆଦି ବିଭିନ୍ନ ସ୍ଥାନରେ ଏହି ବନ୍ଦକୁ ଜୋରଦାର କରାଯାଇଛି। ଜିଲାର ପ୍ରାୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ କଂଗ୍ରେସ କାର୍ଯ୍ୟକର୍ତ୍ତା ଶୋଭାଯାତ୍ରା କରିବା ସହ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଜିଲାରେ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ଠପ ହୋଇଯାଇଛି।

ଭୂଷଣ ଛୋଟରାୟ, ଶିଶିର ପରିଡ଼ା, ସ୍ୱାଗତିକା ପଟ୍ଟନାୟକ, ଅମିତ୍ ମହାନ୍ତି, ପ୍ଲାବନ ପଟ୍ଟନାୟକ, ଶିଲାଦିତ୍ୟ ପଟ୍ଟନାୟକ, ଆଶିଷ କୁମାର ନାୟକ ପ୍ରମୁଖ ବିକ୍ଷୋଭରେ ସାମିଲ ଥିଲେ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande