ଭୁବନେଶ୍ୱର, ୧୭ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଭୀଷଣ ବର୍ଷା ହୋଇଥିବା ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦରେ ସର୍ବାଧିକ ୭୪.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ନୟାଗଡ଼ ଜିଲ୍ଲାର ନୂଆଗାଁରେ ୫୫.୨ ମି.ମି., ମୟୂରଭଞ୍ଜ ଜିଲ୍ଲାର ବିଜାତଳାରେ ୫୪.୦ ମି.ମି., ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ ୫୧.୦ ମି.ମି., ଯାଜପୁର ଜିଲ୍ଲାର ବିଞ୍ଝାରପୁରରେ ୪୮.୦ ମି.ମି., ଅନୁଗୁଳ ଜିଲ୍ଲାର ଅନୁଗୁଳରେ ୪୮.୦ ମି.ମି., ବଅଁରପାଳରେ ୩୭.୧ ମି.ମି., ଗଞ୍ଜାମ ଜିଲ୍ଲାର ଶେରଗଡ଼ରେ ୩୫.୦ ମି.ମି., କନ୍ଧମାଳ ଜିଲ୍ଲାର ଟିକାବାଲିରେ ୩୫.୦ ମି.ମି., ଗଞ୍ଜାମ ଜିଲ୍ଲାର ବୁଗୁଡ଼ାରେ ୩୧.୦ ମି.ମି., ଯାଜପୁର ଜିଲ୍ଲାର ଯାଜପୁରରେ ୩୦.୦ ମି.ମି., ଯାଜପୁର ଜିଲ୍ଲାର ଯାଜପୁର(ପିଟିଓ)ରେ ୩୦.୦ ମି.ମି. ଏବଂ ମୟୂରଭଞ୍ଜ ଜିଲ୍ଲାର ତିରିଂରେ ୨୮.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ