ପକ୍ଷାଘାତ ପୀଡ଼ିତଙ୍କୁ ସହାୟତା, ସାମାଜିକ ସଂଗଠନ ପକ୍ଷରୁ ହୁଇଲ ଚେୟାର ପ୍ରଦାନ
ରାଉରକେଲା, ୧୭ ଜୁଲାଇ (ହି.ସ.)- ରାଉରକେଲାର ଅଗ୍ରଣୀ ସମାଜିକ ସଂଗଠନ ''ସହାୟତା'' ନିରନ୍ତର ଭାବେ ତାର ସାମାଜିକ ଦାୟିତ୍ୱବୋଧ ଇସ୍ପାତ ସହରରେ ପାଳନ କରିଆସୁଛି ବରିଚ୍ଛ ନାଗରିକଙ୍କୁ ସମ୍ମାନ, ଅସହାୟ ଗରିବ ଝିଅଙ୍କୁ ପାଠ ପଢିବାପାଇଁ ସହାୟତା ରାଶି ବଣ୍ଟନ, ବିଭିନ୍ନ ସଚେତନ
ପକ୍ଷାଘାତ ପୀଡ଼ିତଙ୍କୁ ସହାୟତା, ସାମାଜିକ ସଂଗଠନ ପକ୍ଷରୁ ହୁଇଲ ଚେୟାର ପ୍ରଦାନ


ରାଉରକେଲା, ୧୭ ଜୁଲାଇ (ହି.ସ.)-

ରାଉରକେଲାର

ଅଗ୍ରଣୀ

ସମାଜିକ ସଂଗଠନ 'ସହାୟତା' ନିରନ୍ତର ଭାବେ ତାର ସାମାଜିକ ଦାୟିତ୍ୱବୋଧ

ଇସ୍ପାତ

ସହରରେ ପାଳନ କରିଆସୁଛି ବରିଚ୍ଛ ନାଗରିକଙ୍କୁ ସମ୍ମାନ, ଅସହାୟ ଗରିବ ଝିଅଙ୍କୁ ପାଠ

ପଢିବାପାଇଁ

ସହାୟତା ରାଶି ବଣ୍ଟନ, ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଜନଜାଗରଣ ଭଳି

କାର୍ଯ୍ୟକ୍ରମ

ବିଭିନ୍ନ ସମୟରେ ଜାରୀ ରହିଛି ା ସେକ୍‍ଟର-୧ କାଳୀ

ମନ୍ଦିର ନିକଟସ୍ଥ ଡି ବ୍ଲକ୍‍ରେ

ଭାସ୍କର

ଚନ୍ଦ୍ର

ବେହେରା ଜଣେ ୭୫ ବର୍ଷୀୟ ବୃଦ୍ଧ,

ପକ୍ଷାଘାତ ରୋଗରେ ପ୍ରାୟ ୮ ବର୍ଷ ଧରି

ପୀଡିତ ଅଛନ୍ତି।

ପରିବାର

କହିଲେ ତାଙ୍କର ଦୁଇ ଝିଅ ଓ ଧର୍ମପତ୍ନୀ ଅନ୍ନପୂର୍ଣ୍ଣା

ବେହେରା, ବଡ଼ଝିଅ

ବିବାହିତ, ସାନ ଝିଅ

ପର୍ଯ୍ୟନ୍ତ ବିବାହ ନ କରି ବାପାଙ୍କ

ସେବାରେ

ନିଜକୁ ନିୟୋଜିତ କରିଛି। ଭାସ୍କର ପକ୍ଷାଘାତ

ରୋଗରେ

ପୀଡ଼ିତ ହୋଇ ପ୍ରାୟ ଶଯ୍ୟାଶାୟୀ ଓ ଚଲାବୁଲା ସାତ

ସପନା। ଏ ବାବଦରେ ସହାୟତା

ସାମାଜିକ

ସଂଗଠନର ଅଧ୍ୟକ୍ଷ ତଥା ଯୁବ ସ୍ୱେଚ୍ଛାସେବୀ ଗୋପାଳ ଜେନା କୌଣସି ସୂତ୍ରରୁ ଜାଣିବାକୁ

ପାଇଲେ,

ଏ ନେଇ ସଂଗଠନର ସାଧାରଣ ସଂପାଦକ ସଂଜୀବ କୁମାର ନାୟକ ଓ ମହେନ୍ଦ୍ର

କୁମାର

ମିଶ୍ରଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ

ବିଚାର ବିମର୍ଷ ପରେ ତାଙ୍କୁ ଏକ

ହୁଇଲ ଚେୟାର

ପ୍ରଦାନ

ପାଇଁ ସଂଗଠନ ପକ୍ଷରୁ ସ୍ଥୀରିକୃତ କରାଯାଇଥିଲାା ଗତକାଲି ସକାଳେ ସହାୟତା ସମାଜିକ

ସଂଗଠନର

ସଦସ୍ୟମାନେ ଶ୍ରୀ ବେହେରାଙ୍କ

ଘରେ ପହଞ୍ଚି ଏହି ହୁଇଲ୍‍ ଚେୟାର ପ୍ରଦାନ କରିବା ସହ

ତାଙ୍କୁ

ହୁଇଲ

ଚେୟାରରେ ବସି ବୁଲାଇଥିଲେ।

ଏହି

ଅବସରରେ ସହାୟତା ସମାଜିକ ସଂଗଠନର

ସଦସ୍ୟ

ଲୀନା ନାୟକ, ପ୍ରତିଭା ପ୍ରିୟଦର୍ଶିନୀ, ହେମଲତା ପ୍ରସାଦ, ଜିତେନ୍ଦ୍ର ମାଛଖଣ୍ଡ ଓ ବିଜୟ ପ୍ରସାଦ

ପ୍ରମୁଖ

ଉପସ୍ଥିତ ଥିଲୋ ସଂଗଠନ ଆଗାମୀ ଦିନରେ ସହରର କିଛି ଅସହାୟ ଶଯ୍ୟାଶାୟୀଙ୍କୁ ଚିହ୍ନଟ କରି

ହୁଇଲ୍‍

ଚେୟାର ବଣ୍ଟନ ପାଇଁ ନିଷ୍ପତ୍ତି ନେଇଥିବା ଅଧ୍ୟକ୍ଷ ଗୋପାଳ ଜେନା ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande