ଜୟପାଟଣା ଓ ମୁଖୀଗୁଡାରେ ବନ୍ଦ ସଫଳ
ମୁଖୀଗୁଡା,୧୭ ଜୁୁୁଲାଇ (ହି.ସ.)- ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ, ନାରୀଙ୍କୁ ସୁରକ୍ଷା ଦେବାରେ ବିଫଳ ବିଜେପି ସରକାରର ଇସ୍ତଫା ଦାବିରେ ଆଜି ପ୍ରଦେଶ କଂଗ୍ରେସର ବନ୍ଦ ଡାକରାରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଏବଂ ମୁଖୀଗୁଡାରେ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଯାନବାହାନ ଚଳାଚ
Kangres ବନ୍ଦ


ମୁଖୀଗୁଡା,୧୭ ଜୁୁୁଲାଇ (ହି.ସ.)- ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ, ନାରୀଙ୍କୁ ସୁରକ୍ଷା ଦେବାରେ ବିଫଳ ବିଜେପି ସରକାରର ଇସ୍ତଫା ଦାବିରେ ଆଜି ପ୍ରଦେଶ କଂଗ୍ରେସର ବନ୍ଦ ଡାକରାରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଏବଂ ମୁଖୀଗୁଡାରେ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ ଜରିଥିଲା କଂଗ୍ରେସ । ଜୟପାଟଣା ବ୍ଲକ କଂଗ୍ରେସ କମଟିର ସଭାପତି ଗଙ୍ଗାଧର ପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ଉପସଭାପତି ପ୍ରକାଶ ଦୁରିଆ, ସୁଶିଲ କୁମାର ନାଏକ, ସାରଙ୍ଗ ପଟ୍ଟନାୟକ, ପ୍ରଭାକର ପଟ୍ଟନାୟକ, ନେତ୍ରମଣି ନାଗ, ତରୁଣ ନାଏକ, ନବରତ୍ନ ଧ.ମାଝୀ, ସୋମନାଥ ପୁଝାରି ଜୟପାଟଣା ବନ୍ଦ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ବେଳେ ମୁଖୀଗୁଡାରେ ଚତୁର ନାଏକ ନେତୃତ୍ୱ ନେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ନିହାର ରଂଜନ ବେହେରା |


 rajesh pande