ଓଲଟିଲା ମାଲବାହୀ ଟ୍ରେନରେ ବଗି, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ
କେନ୍ଦୁଝର, 17 ଜୁଲାଇ (ହି.ସ.) ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ବିଲେଇପଦା ମୂର୍ଗମହାଦେବ ଠାରେ ଏକ ମାଲବାହୀ ଟ୍ରେନର ବଗି ଟ୍ରେନ୍ ଲାଇନ ବାହାରେ ଓଲଟି ପଡିଥିଲା। ଏହା ଫଳରେ ଉକ୍ତ ଉତ୍ତର ପୂର୍ବ ରେଳପଥ ଓ ପୁର୍ବ ତଟ ରେଳପଥ ମଧ୍ୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହେଇଥିଲା। ଏହାକୁ ହଟେଇବା ପାଇଁ ବିଭା
Train derail in bileipada


କେନ୍ଦୁଝର, 17 ଜୁଲାଇ (ହି.ସ.) ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ବିଲେଇପଦା ମୂର୍ଗମହାଦେବ ଠାରେ ଏକ ମାଲବାହୀ ଟ୍ରେନର ବଗି ଟ୍ରେନ୍ ଲାଇନ ବାହାରେ ଓଲଟି ପଡିଥିଲା। ଏହା ଫଳରେ ଉକ୍ତ ଉତ୍ତର ପୂର୍ବ ରେଳପଥ ଓ ପୁର୍ବ ତଟ ରେଳପଥ ମଧ୍ୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହେଇଥିଲା। ଏହାକୁ ହଟେଇବା ପାଇଁ ବିଭାଗ ପକ୍ଷରୁ ଜୋରସରରେ ଉଦ୍ୟମ କରାଯାଇଥିଲା । ବିଚ୍ୟୁତ ହୋଇଥିବା ଟ୍ରେନ ବଗିଟିକୁ ହଟେଇବା ପରେ ସନ୍ଧ୍ୟାରେ ଟ୍ରେନ୍ ଚଳାଚଳ ଠିକ୍ ହୋଇଥିବା ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande