ମାସେ ୭ ଦିନ ପରେ ଟ୍ରକ୍‌ରେ ବୁହାହେଲା ମୁଖ୍ୟମନ୍ତ୍ରୀଙ୍କ ଅଚଳ ହେଲିକପ୍ଟର
କେନ୍ଦ୍ରାପଡ଼ା, ୧୭ ଜୁଲାଇ(ହି.ସ.) – କେନ୍ଦ୍ରାପଡା ଅଟୋନୋମସ କଲେଜ ପଡ଼ିଆରୁ ଏକ ଟଲି ଟ୍ରକ୍ ରେ କ୍ରେନ ହାଇଡ୍ରା ସାହାଯ୍ୟରେ ଲଦା ହୋଇ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରଟି ମୁମ୍ବାଇ ଗଲା। ମୁମ୍ବାଇରୁ ଆସିଥିବା ଟେକ୍ନିକାଲ ଟିମ୍‌ଙ୍କ ତତ୍ୱାବଧାନରେ ହେଲିକପ୍ଟରଟିକୁ ନିଆଯାଉଛି। ଜୁନ ୯ରେ ମୁଖ୍ୟମନ୍ତ୍ରୀଙ୍କୁ
ମାସେ ୭ ଦିନ ପରେ ଟ୍ରକ୍‌ରେ ବୁହାହେଲା ମୁଖ୍ୟମନ୍ତ୍ରୀଙ୍କ ଅଚଳ ହେଲିକପ୍ଟର


କେନ୍ଦ୍ରାପଡ଼ା, ୧୭ ଜୁଲାଇ(ହି.ସ.) – କେନ୍ଦ୍ରାପଡା ଅଟୋନୋମସ କଲେଜ ପଡ଼ିଆରୁ ଏକ ଟଲି ଟ୍ରକ୍ ରେ କ୍ରେନ ହାଇଡ୍ରା ସାହାଯ୍ୟରେ ଲଦା ହୋଇ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରଟି ମୁମ୍ବାଇ ଗଲା। ମୁମ୍ବାଇରୁ ଆସିଥିବା ଟେକ୍ନିକାଲ ଟିମ୍‌ଙ୍କ ତତ୍ୱାବଧାନରେ ହେଲିକପ୍ଟରଟିକୁ ନିଆଯାଉଛି। ଜୁନ ୯ରେ ମୁଖ୍ୟମନ୍ତ୍ରୀଙ୍କୁ ନେଇ କେନ୍ଦ୍ରାପଡ଼ା ଆସିଥିଲା। ଏହି ହେଲିକପ୍ଟର ମୁଖ୍ୟମନ୍ତ୍ରୀ କଲେଜ ପଡ଼ିଆରେ ହେଲିକପ୍ଟରରୁ ଓହ୍ଲାଇ ଚାରିଚକିଆ ଗାଡିରେ ଯାଇ ଇଛାପୁରରେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କୁ ଦର୍ଶନ କରି ତିରଙ୍ଗା ଯାତ୍ରାରେ ଯୋଗ ଦେଇଥିଲେ। ପରେ ସର୍କିଟ ହାଉସରେ ଏକ ସମୀକ୍ଷା ବୈଠକ କରିଥିଲେ। ସେହି ସମୟରେ ପ୍ରବଳ ବର୍ଷା ଘଡଘଡି ହେବାରୁ ହେଲିକପ୍ଟର ଅଚଳ ହୋଇ ଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ଚାରିଚକିଆ ଗାଡିରେ ଭୁବନେଶ୍ୱର ଫେରିଥିଲେ। ସେବେଠାରୁ ହେଲିକପ୍ଟର କଲେଜ ପଡିଆରେ ଅଟକି ରହିଥିଲା। ଏକମାସ ଅଟକି ରହିବା ଖବର ପ୍ରସାରଣ ହେବାପରେ ପ୍ରଶାସନ ଚେତିଥିଲା। ବଜ୍ରପାତରେ ଅଚଳ ହେଲିକପ୍ଟରକୁ ଟେକିନିକାଲ ଟିମ ଆସି ଯାଂଚ କରିବା ପରେ ଆଜି ହେଲିକପ୍ଟରର ଫଙ୍ଖା ପତର ଖୋଲାଯାଇ କ୍ରେନ ହାଇଡ୍ରା ସାହାଯ୍ୟ ରେ ଟଲି ଟ୍ରକରେ ଲୋଡ ହୋଇ ମୁମ୍ବାଇ ଅଭିମୁଖେ ଯାଇଥିଲା।ମୁମ୍ବାଇରେ ପହଂଚିବା ପାଇଁ ୧୦ ଦିନ ସମୟ ଲାଗିବ ବୋଲି ବୈଷୟିକ ମ୍ୟାନେଜର ଯଶୋବନ୍ତ ଧାବନ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande