ଭୁବନେଶ୍ୱର, 17 ଜୁଲାଇ (ହି.ସ.)- ଏଫଏମକଲେଜ ଛାତ୍ରୀଙ୍କ
ଆତ୍ମାହୁତିକୁ ନେଇ ବିରୋଧୀଙ୍କ ଆନ୍ଦୋଳନକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ବିଜେପି
ସାଂସଦ ଅପରାଜିତା ଷଡ଼ଙ୍ଗୀ । କହିଲେ, ବିଜେଡ଼ି ସରକାର 24 ବର୍ଷ
ଶାସନ କରିଛି । ଯିଏ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେହି
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ । ଯାହା ସବୁ ଘଟଣା ତାଙ୍କ ସରକାର ସମୟରେ ହୋଇଛି, ସମସ୍ତେ ଜାଣିଛନ୍ତି । ପୀଡ଼ିତାଙ୍କୁ ଭେଟିବା ପାଇଁ ଥରେ ବି
ତତ୍କାଳୀନ ମୁଖ୍ୟମନ୍ତ୍ରୀ ଯାଇଥିଲେ କି ବୋଲି ପ୍ରଶ୍ନ ଉଠାଇଛନ୍ତି ଅପରାଜିତା ।
ସେ କହିଛନ୍ତି ଯେ, କଂଗ୍ରେସ ମଧ୍ୟ 40 ବର୍ଷ ସରକାରରେ ଥିଲା । ବହୁତ ସଂଖ୍ୟାରେ ମହିଳା
ମାନଙ୍କ ସହ ଅଘଟଣ ହୋଇଛି । କେବେ ବି ରାଷ୍ଟ୍ରପତି ଆସିଥିଲେ କି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି
। ବିଜେଡ଼ି ଓ କଂଗ୍ରେସ ଏବଂ ଦିଲ୍ଲୀରୁ ଆସିଥିବା କଂଗ୍ରେସ ନେତା ମାନେ ବାତାବରଣକୁ ଅଶାନ୍ତ
କରୁଛନ୍ତି । ବିଜେଡ଼ି 24 ବର୍ଷ ସରକାର ଭିତରେ ଜଣେ ମୁଖ୍ୟମନ୍ତ୍ରୀ ଥିଲେ । କଂଗ୍ରେସ 40 ବର୍ଷ
ସରକାରରେ ଥିଲା ।
ବିରୋଧୀ ନିଜ ଅସ୍ତିତ୍ଵ ରକ୍ଷା ପାଇଁ ଏହି ସବୁ କାର୍ଯ୍ୟକ୍ରମ କରୁଛନ୍ତି । ସେମାନେ ନିଜ
ଆତ୍ମସମୀକ୍ଷା କରି ରାଜରାସ୍ତାକୁ ଓହ୍ଲାଇଥିଲେ ଭଲ ହୋଇଥାନ୍ତା । ମହିଳା ମାନଙ୍କୁ ନିଜ ସମୟରେ
ସେମାନେ କେତେ ନ୍ୟାୟ ଦେଇଛନ୍ତି, ଆମେ ଜାଣିଛୁ । କେବଳ
ସାର୍ଥକ ରହିବା ପାଇଁ, ପ୍ରାସଙ୍ଗିକ ରହିବା ପାଇଁ
ଏବଂ ନ୍ୟୁଜରେ ରହିବା ପାଇଁ ଏଭଳି କରୁଛନ୍ତି କଂଗ୍ରେସ ଏବଂ ବିଜେଡ଼ି ।
ବିରୋଧୀଙ୍କ ଆନ୍ଦୋଳନକୁ ସମସ୍ତେ ନାପସନ୍ଦ କରୁଛନ୍ତି । ସୋସିଆଲ ମିଡ଼ିଆ ପୋଷ୍ଟ ଦେଖାଇ
ବିରୋଧୀଙ୍କୁ ଘେରିଲେ ଅପରାଜିତା । କିପରି ଭାବେ ବିଜେଡ଼ି ଓ କଂଗ୍ରେସ କର୍ମୀ ମାନେ ପୀଡ଼ିତା
ଝିଅଙ୍କୁ ଅତ୍ୟାଚାର କରୁଥିଲେ । ଏଭଳି ସମୟରେ ବିରୋଧୀଙ୍କ ବ୍ୟବହାରକୁ ଲୋକ ନିନ୍ଦା କରୁଛନ୍ତି ।
ଡାହାଣୀ ହୋଇ ଲାଗୁଛନ୍ତି, ଗୁଣିଆ ହୋଇ ଝାଡୁଛନ୍ତି
।ବିଜେଡ଼ି ଏବଂ କଂଗ୍ରେସ ଯଦି ମହିଳାଙ୍କ ସୁରକ୍ଷା ନିଶ୍ଚିତ କରିଥାନ୍ତେ, ତେବେ କେବେ ବି ଏଭଳି ଘଟଣା ଘଟିନଥାନ୍ତା ।
ନାଁ ନ ନେଇ ଅଳକା ଲାମ୍ବାଙ୍କୁ ଟାର୍ଗେଟ କଲେ ଅପରାଜିତା । ଜଣେ ମହିଳା ନେତ୍ରୀ ବାତାବରଣକୁ
ଆଶାନ୍ତ କରିବା ପାଇଁ ଦିଲ୍ଲୀରୁ ଆସିଲେ । ମହିଳା ସୁରକ୍ଷା ଉପରେ କହିବା ପାଇଁ କଂଗ୍ରେସ ଏବଂ
ବିଜେଡ଼ିର ନୈତିକ ଅଧିକାର ନାହିଁ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା