ଆଜି ସାରା ଓଡ଼ିଶାରେ ଅଖଚକ ସବୁ ବନ୍ଦ- ଗଡ଼ିବନି ଗାଡ଼ି, ଖୋଲିବନି ସ୍କୁଲ୍ କଲେଜ୍
ଭୁବନେଶ୍ୱର, 17 ଜୁଲାଇ (ହି.ସ.) - ଆଜି ସାରା ଓଡ଼ିଶାରେ ଅଖଚକ ସବୁ ବନ୍ଦ । ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଓ ମୃତ୍ୟୁ ଘଟଣାରେ ସବୁଠି ଉଠିଛି ନ୍ୟାୟ ପ୍ରଦାନର ସ୍ୱର । ରାଜ୍ୟରେ ବିରୋଧୀ ଦଳ ଗୁଡିକ ସରକାରଙ୍କୁ ଏନେଇ ଘେରିଥିବା ବେଳେ ଆଜି ଓଡ଼ିଶ
ଆଜି ସାରା ଓଡ଼ିଶାରେ ଅଖଚକ ସବୁ ବନ୍ଦ- ଗଡ଼ିବନି ଗାଡ଼ି,   ଖୋଲିବନି     ସ୍କୁଲ୍ କଲେଜ୍


ଭୁବନେଶ୍ୱର, 17 ଜୁଲାଇ (ହି.ସ.)

- ଆଜି ସାରା ଓଡ଼ିଶାରେ ଅଖଚକ ସବୁ ବନ୍ଦ । ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ

ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଓ ମୃତ୍ୟୁ ଘଟଣାରେ ସବୁଠି ଉଠିଛି ନ୍ୟାୟ ପ୍ରଦାନର ସ୍ୱର ।

ରାଜ୍ୟରେ ବିରୋଧୀ ଦଳ ଗୁଡିକ ସରକାରଙ୍କୁ ଏନେଇ ଘେରିଥିବା ବେଳେ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି

କଂଗ୍ରେସ । ପୀଡିତାଙ୍କୁ ନ୍ୟାୟ ଦାବିରେ ୧୨ଘଣ୍ଟାଆ ଅଖ, ଚକ ବନ୍ଦ କରିଛି କଂଗ୍ରେସ

। ଏଥିରେ ୮ଟି ରାଜନୈତିକ ଦଳ ମଧ୍ୟ ସାମିଲ ହୋଇଛନ୍ତି ।

କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥା

କଡାକଡି କରିଛି । ଭୁବନେଶ୍ବରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । କଂଗ୍ରେସ କର୍ମୀଙ୍କୁ ଜଗିଛି ଏଆଇ

କ୍ୟାମେରା ଓ ଡ୍ରୋନ୍ । ଛକ, ବଜାର, ସରକାରୀ କାର୍ଯ୍ୟାଳୟ

ସବୁଠି ମୁତୟନ ହୋଇଛନ୍ତି ପୋଲିସ । ସାଦା ପୋଷାକରେ ପୋଲିସ ବି ମୁତୟନ ହୋଇଛନ୍ତି ।

ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କଂଗ୍ରେସ କର୍ମୀମାନେ ବିଭିନ୍ନ

ସ୍ଥାନରେ ରାସ୍ତାକୁ ଓହ୍ଲାଇବା ସହ ପିକେଟିଂ କରିବା ଆରମ୍ଭ କରିଦେଇଛନ୍ତି । ଗାଡ଼ି ମୋଟର ଚଳାଚଳ

ବନ୍ଦ ରହିବା ସହ ସ୍କୁଲ୍ କଲେଜ୍, ଦୋକାନ ବଜାର ଓ ବ୍ୟାବସାୟିକ ପ୍ରତିଷ୍ଠାନ

ମଧ୍ୟ ବନ୍ଦ ରହିଛି । ବନ୍ଦ ପାଳନ ବେଳେ ସ୍ବାସ୍ଥ୍ୟସେବାକୁ ବାଦ ଦିଆଯାଇଛି । ତେବେ ମେଡିକାଲ୍,

ମେଡିସିନ୍

ଷ୍ଟୋର, ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି।

ଓଡ଼ିଶା ବନ୍ଦ ଡାକରାରେ ସକାଳୁ ସକାଳୁ

ରାଜଧାନୀରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରାଜଧାନୀ ସମତେ ସବୁ ସ୍ଥାନରେ ଶାନ୍ତିପୂର୍ଣ୍ଣ

ଭାବରେ ବନ୍ଦ ପାଳନ କରିବାକୁ କଂଗ୍ରେସ ଆହ୍ୱାନ ଦେଇଛି ।

ବିଧାନସଭା ଅଞ୍ଚଳ, ରେଳଷ୍ଟେସନରେ ପୁଲିସ ମୁତୟନ ହୋଇଥିବା

ବେଳେ କଂଗ୍ରେସ କର୍ମୀମାନେ ନାରାବାଜି କରି ରାସ୍ତା ଅବରୋଧ କରିଛନ୍ତି । ମାଷ୍ଟରକ୍ୟାଣ୍ଟିନ୍‍

ଛକରେ ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ସକାଳ ୬ରୁ

ସନ୍ଧ୍ୟା ୬ଟା ଯାଏଁ ବନ୍ଦ ରହିବ ପେଟ୍ରୋଲ ପମ୍ପ । ସଂଧ୍ୟା ୬ଟା ପରେ ହିଁ ପେଟ୍ରୋଲ ପଂପଗୁଡିକ

ଖୋଲିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande