ଧର୍ମଶାଳା,୧୭ଜୁଲାଇ(ହି.ସ.) - ଗ୍ରାମାଚଂଳର ରାସ୍ତାର ଉନ୍ନତିକରଣ ପାଇଁ ବିିଭିନ୍ନ ଯୋଜନ କରି କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । କଂକ୍ରିଟ୍ ରାସ୍ତା ଉପରେ କଂକ୍ରିଟ୍ ରାସ୍ତା ହେଉଥିବା ବେଳେ ଅତି ଆବଶ୍ୟକସ୍ଥଳରେ ରାସ୍ତ ତିଆରି ଓ ମରାମତି କରାଯାଉ ନ ଥିବା ଦେଖିବାକୁ ମିଳିଛି । କେବଳ ନିର୍ବାଚନ ସମୟ ଆସିଲେ ନେତା ଏହି ରାସ୍ତା ଘଟଣାକୁ ମନେ ପକାଇଥାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ରସୁଲପୁର ବ୍ଲକ ମହେଶ୍ୱରପୁର ପଂଚାୟତ ବ୍ରହ୍ମବରଦା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରାସ୍ତା କ୍ଷେତ୍ରରେ । ଆଜକୁ ଏହି ଅଧ କିମି ରାସ୍ତା ପାଇଁ ମେଡିକାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ନାହିଁ ନ ଥିବା ଅସବୁିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ମହେଶ୍ୱରପୁର ପଂଚାୟତ ସମେତ ବ୍ରହ୍ମବରଦା,ମଙ୍ଗରାଜପୁର ଅର୍ଥଙ୍ଗା,ସାମନ୍ତରାପୁର,ଯାଜପୁର ବ୍ଲକର ଝାଲପଡା,ଧର୍ମଶାଳା ବ୍ଲକର ମଙ୍ଗଳପୁର ଓ ଦେଓଦା ଆଦି ପଂଚାୟତର ଶହଶହ ଜନସାଧାରଣ ନିର୍ଭର କରନ୍ତି । ଧର୍ମଶାଳା ବ୍ଲକ ମଙ୍ଗଳପୁର ପଂଚାୟତସ୍ଥ କୋଠଡିହଠାରୁ ମେଡିକାଲକୁ ଯିବା ରାସ୍ତା ଅବସ୍ଥା ଦୀର୍ଘ ଦିନ ହେବ ଶୋଚନୀୟ ହୋଇପଡିଛି । ବର୍ଷା ଦିନେ କାଦୁଅ ପଚପଚ ରାସ୍ତାରେ ବଡବଡ କାଲରେ ଯିବା ଆସିବା କରିଥାନ୍ତି । ଏନେଇ ବାରମ୍ବାର ସ୍ଥାନୀୟ ଲୋକ ପ୍ରତିନିଧି ଓ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । କେବଳ ନିର୍ବାଚନ ସମୟ ଆସିଲେ ନେତା କେବଳ ପ୍ରତିଶୃତି ଦେଇଥାନ୍ତି,ହେଲେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟ ନ ଆସିବା ସମସ୍ତଙ୍କୁ ମନକୁ ଆଘାତ ପଂହଚାଇଛି । ଧର୍ମଶାଳା ବ୍ଲକ ଓ ରସୁଲପୁର ବ୍ଲକର ଏହି ମିଳନ ରାସ୍ତା ହୋଇଥିବାରୁ ସୀମା ନିଦ୍ଧାରଣ ଓ କିଛି ବ୍ୟକ୍ତିଗତ ଜମି ଥିବାରୁ ତାହା ଏହି ରାସ୍ତା ସେହି ଭଳି ପଡି ରହିଛି । ଜିଲା ପ୍ରଶାସନ ଏଦିଗରେ ସ୍ୱତନ୍ତ୍ର ଓ ଆନ୍ତରିକଭାବ ଦେଖାଇଲେ ଏଠାରେ ସ୍ଥାୟୀ ରାସ୍ତା ହୋଇ ପାରିବ ବୋଲି ଅଂଚଳବାସୀ ଆଶାବାଦୀ ଅଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ