ଧର୍ମଶାଳା ଓ ବଡଚଣା ବ୍ଲକ କଂଗ୍ରେସ ପକ୍ଷରୁ ରାଜପଥ ଅବରୋଧ : ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ
ଧର୍ମଶାଳା,୧୭ଜୁଲାଇ(ହି.ସ.)- ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣାର ନ୍ୟାୟ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଇସ୍ତଫା ଦାବି କରି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଓଡ଼ିଶା ବନ୍ଦ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । ଏହି ବନ୍ଦର ପ୍ରଭାବ ଧର୍ମଶାଳା ଓ ବଡଚଣା ଅଂଚଳରେ ଦେଖି
ଧର୍ମଶାଳା ଓ ବଡଚଣା ବ୍ଲକ କଂଗ୍ରେସ ପକ୍ଷରୁ ରାଜପଥ ଅବରୋଧ : ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ


ଧର୍ମଶାଳା,୧୭ଜୁଲାଇ(ହି.ସ.)- ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣାର ନ୍ୟାୟ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଇସ୍ତଫା ଦାବି କରି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଓଡ଼ିଶା ବନ୍ଦ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । ଏହି ବନ୍ଦର ପ୍ରଭାବ ଧର୍ମଶାଳା ଓ ବଡଚଣା ଅଂଚଳରେ ଦେଖିବାକୁ ମିଳିଛି । ଧର୍ମଶାଳା କଂଗ୍ରେସ ନେତା କିସାନ ପଣ୍ଡାଙ୍କ ନେତୃତ୍ୱରେ ଆଜି ସକାଳ ୬ଟାରେ ୧୬ନଂ ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା । ସେହିପରି ୫୩ ନଂ ଜାତୀୟ ରାଜପଥକୁ କଂଗ୍ରେସ କର୍ମୀମାନେ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଥିଲା । ପରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ଜାରକା ବଜାରରେ ଥିବା ଦୋକାନ ଓ ସରକାରୀ କାର୍ଯ୍ୟାଳୟ ଗୁଡିକୁ ବନ୍ଦ କରିଥିଲେ । ପପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ଏକ ସେକସନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ଏହି ବନ୍ଦକୁ ଲୋକେ ସ୍ୱେଛାକୃତ ଭାବେ ସମର୍ଥନ ଦେଇଥିବା ଫଳରେ ବନ୍ଦ ସମ୍ପୁର୍ଣ୍ଣ ଭାବେ ସଫଳ ହୋଇଥିବା ଦେଖିବାକୁ ମିଳିଥିଲା ଏହି ବନ୍ଦ ଶନ୍ତି ଶୃଙ୍ଖଳାରେ ଶେଷ ହୋଇଥିବାରୁ କଂଗ୍ରେସ ନେତା ଶ୍ରୀ ପଣ୍ଡା ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ବନ୍ଦ କାର୍ଯ୍ୟକ୍ରମରେ ପୂର୍ବତନ ଯୁବ କଂଗ୍ରେସ ପ୍ରବକ୍ତା ମାନସ ରଞ୍ଜନ କର, କୃଷକ ନେତା ବସନ୍ତ କୁମାର ପରିଡ଼ା, ପୂର୍ଣ୍ଣଚନ୍ଦ୍ର ତରେଇ,ପ୍ରଫୁଲ୍ଲ କୁମାର ରାୟ, ଯୁବ ସଙ୍ଗଠକ ସଂଜୟ କୁମାର ରାଉତ, ଦୀପକ ବଳ, ଉଗ୍ରସେନ ମହାନ୍ତି, ମିହିର ଖୁଂଟିଆ, ନକୁଳ ଜେନା,ନରୋତମ ନାୟକ, ଗଗନ ବିହାରୀ ରାଉତ,ସନ୍ତୋଷ ସ୍ୱାଁଇ, ଟୁଟୁ ପଣ୍ଡା,ଗଙ୍ଗାଧର ମଲିକ,ଅମରେନ୍ଦ୍ର ସାମଲ,ବାବୁ ଖାଁ, ଆତୁଳ ମଲିକ, ସେକ ଏକବାଲ ,ମକରଧ୍ୱଜ ରାଉତ,କାର୍ତିକ ସାହୁ, ଦେବାଶିଷ ପରିଡ଼ା, ମହମ୍ମଦ ନୁରଆଲମ ,ରଶ୍ମୀ ରଞ୍ଜନ ସାମଲ ପ୍ରମୁଖ କଂଗ୍ରେସ କର୍ମୀ ଏହି ବନ୍ଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମୃତ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ କଂଗ୍ରେସ ଦଳ ଏଭଳି ଆନ୍ଦୋଳନ ଜାରୀ ରଖିବ ବୋଲି କଂଗ୍ରେସ ନେତା ଶ୍ରୀ ପଣ୍ଡା କହିଛନ୍ତି। ସେହିପରି ବଡଚଣା ବ୍ଲକ କଂଗ୍ରେସ ପକ୍ଷରୁ ଚଣ୍ଡିଖୋଲ ଛକଠାରେ ଶହଶହ କଂଗ୍ରେସ କର୍ମୀ ପିକେଟିଂ କରି ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିବା ଶହ ୧୬ ଜାତୀୟ ରାଜପଥ ଉପରେ ଧାରଣାରେ ବସି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ବଡଚଣା ଓ ଚଣ୍ଡିଖୋଲ ପୋଲିସ ଘଟଣା ଉପରେ ନଜର ରଖିଥିଲେ । ପୂର୍ବାହ୍ନରେ ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ସ୍ୱଭାବିକ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande