ଭୁବନେଶ୍ୱର, 17 ଜୁଲାଇ (ହି.ସ.)
- ଗୋଚାଲାଣ ବେଳେ ଗୋ ମାଫିଆଙ୍କୁ ଧରିଲେ ଯୁବ ଗୋଷ୍ଠୀ | ଗୋଟିଏ ସ୍କର୍ପିଓ ସହ 3 ଗୋଚାଲାଣକାରୀଙ୍କୁ ଧରି ତମାଣ୍ଡୋ ଥାନାରେ ଜିମା ଦେଲେ ଯୁବ ଗୋଷ୍ଠୀ |
ଅନେକ ଦିନ ଧରି ସ୍କର୍ପିଓଏବଂ ଟ୍ରାଭେରାରେ
ରାଜଧାନୀର ଅନେକ ସ୍ଥାନରୁ ଗାଈ, ଷଣ୍ଢ ଚୋରୀ କରୁଥିବା 3
ଚୋରଙ୍କୁ ଅନେକ ସଂଘର୍ଷ ପରେ ଗୋ ସେବକ ମାନେ ଧରିବାରେ ସଫଳ ହୋଇଛନ୍ତି | ଗୋମାତା ଚୋର ମାନେ ଦୈନିକ ଜାତୀୟ ରାଜପଥ ଏବଂ ବୁଲା ଗାଈ ଗୋରୁଙ୍କୁ କାରଯୋଗେ ନେଇ କଂସେଇ ଖାନାରେ କାଟି ଗୋ ମାଂସକୁ ବଜାରରେ ବିଭିନ୍ନ ଦୋକାନରେ ବିକ୍ରି
କରାଯାଉଥିବାର ଖବର ମିଳିଥଲା l ସିସିଟିଭି କ୍ୟାମେରାରେ
ମଧ୍ୟ କିଛି ସ୍ଥାନରେ ଏହି ଭିଜୁଆଲ ଦେଖିବାକୁ
ମିଥିଲା | ଯୋଜନା ମୁତାବକ ସ୍ଥାନୀୟ
ଗୋ ରକ୍ଷକ ମାନେ ଗତକାଲି ବିଳମ୍ବିତ ରାତିରେ ଏକ ସ୍କର୍ପିଓ ଗାଡିରୁ 3 ଟି ଗୋମାତାକୁ
ଉଦ୍ଧାର କରିବା ସହ 3 ଗୋଚାଲାଣ
କାରୀଙ୍କୁ ଧରି ତମାଣ୍ଡୋ ପୋଲିସ ନିକଟରେ ଜିମା
ଦେଇଛନ୍ତି | ଏହି 3 ଗୋଚାଲାଣକାରୀ ଧରା
ପଡ଼ିଥିବା ବେଳେ ଏହି ଗୋ ଚାଲାଣ ପଛରେ ଥିବା
ମାଷ୍ଟର ମାଇଣ୍ଡ ଓ ଆଉ ଦୁଇଟି 4 ଚକିଆ ଯାନ
ଘଟଣା ସ୍ଥଳରୁ ଫେରାର ଥିବା ଜଣାପଡିଛି |
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା