ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ଦାବିରେ ହାଇକୋର୍ଟରେ ପିଆଇଏଲ୍
ଭୁବନେଶ୍ୱର, ୧୭ ଜୁଲାଇ (ହି.ସ.)- ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ଦାବିରେ ହାଇକୋର୍ଟରେ ପିଆଇଏଲ୍ ଦାଖଲ ହୋଇଛି। ଆଇନଜୀବୀ ଶିବଶଙ୍କର ମହାନ୍ତି ହାଇକୋର୍ଟରେ ଏହି ମାମଲା ଦାୟର କରିଛନ୍ତିି। ହାଇକୋର୍ଟଙ୍କ ତତ୍ୱାବଧାନରେ ଘଟଣାର ଏସଆଇଟି ତଦନ୍ତ ପାଇଁ ଦାବି ହୋଇଛି। ସେହିପରି
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ଦାବିରେ ହାଇକୋର୍ଟରେ ପିଆଇଏଲ୍


ଭୁବନେଶ୍ୱର, ୧୭ ଜୁଲାଇ (ହି.ସ.)- ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ଦାବିରେ ହାଇକୋର୍ଟରେ ପିଆଇଏଲ୍ ଦାଖଲ ହୋଇଛି। ଆଇନଜୀବୀ ଶିବଶଙ୍କର ମହାନ୍ତି ହାଇକୋର୍ଟରେ ଏହି ମାମଲା ଦାୟର କରିଛନ୍ତିି। ହାଇକୋର୍ଟଙ୍କ ତତ୍ୱାବଧାନରେ ଘଟଣାର ଏସଆଇଟି ତଦନ୍ତ ପାଇଁ ଦାବି ହୋଇଛି। ସେହିପରି କ୍ରାଇମବ୍ରାଂଚ ତଦନ୍ତ ରିପୋର୍ଟ ଦାଖଲ ପାଇଁ ଡିଜିପି ଓ କ୍ରାଇମବ୍ରାଂଚ ଡିଜିଙ୍କୁ ନିର୍ଦ୍ଦେଶ ଦେବାଲାଗି ନିବେଦନ କରାଯାଇଛି। ସେହିପରି ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମର ରିପୋର୍ଟ ଉପସ୍ଥାପନ ସହ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଇସିସି କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେବାକୁ ଅପିଲ କରାଯାଇଛି। ମାମଲାରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି , ପିସିସି ସଭାପତି, ବିଜେଡି ଓ ୟୁଜିସି ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande