ଭୁବନେଶ୍ୱର, 17 ଜୁଲାଇ (ହି.ସ.)- ବାଲେଶ୍ୱରର ଫକୀର ମୋହନ୍ ଅଟୋନୋମସ୍ କଲେଜ୍ (ଏଫଏମ୍ କଲେଜ୍)ର ଜଣେ
ଛାତ୍ରୀଙ୍କର ମୃତ୍ୟୁ ପ୍ରତିବାଦରେ କଂଗ୍ରେସ୍ ଦ୍ୱାରା ଦିଆଯାଇଥିବା ଓଡିଶା ବନ୍ଦ ଡାକରା
ଗୁରୁବାର ସାରା ରାଜ୍ୟରେ ଜନଜୀବନକୁ ପ୍ରଭାବିତ କରିଛି। ଏହି ବନ୍ଦକୁ ସାତିଟି ଅନ୍ୟାନ୍ୟ ବିରୋଧୀ
ଦଳର ସମର୍ଥନ କରିଛନ୍ତି ।
ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ସକାଳ 6ଟାରୁ ଆରମ୍ଭ
ହୋଇ ସନ୍ଧ୍ୟା 6ଟାରେ ସରିବ । ବନ୍ଦ ପାଇଁ ସଡ଼କ ଓ ରେଳ ଯାତାୟାତ ସଂପୂର୍ଣ୍ଣ ଭାବେ
ବାଧାପ୍ରାପ୍ତ ହୋଇଛି ଏବଂ ବିଭିନ୍ନ ଜିଲ୍ଲାରେ ବିଦ୍ୟାଳୟ,
କଲେଜ
ଓ ବ୍ୟାବସାୟିକ ପ୍ରତିଷ୍ଠାନଗୁଡିକୁ ବନ୍ଦ ରହିଛି।
କଂଗ୍ରେସ୍ କାର୍ଯ୍ୟକର୍ତ୍ତା ଓ ସହଯୋଗୀ ଦଳର ସଦସ୍ୟମାନେ ପ୍ରମୁଖ ଛକ ଓ ସଡ଼କରେ
ଧରଣା-ପ୍ରଦର୍ଶନ କରିଛନ୍ତି ଏବଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି,
ଯାହାର
ପରିଣାମସ୍ୱରୂପ ଅନେକ ସହରରେ ଯାତାୟାତ ଠପ୍ ହୋଇପଡିଛି ଏବଂ ଗାଡ଼ି ଚଳାଚଳ ପ୍ରାୟ ବନ୍ଦ ରହିଛି। ବାଲେଶ୍ୱର,
ଭୁବନେଶ୍ୱର,
କଟକ ଓ
ସମ୍ବଲପୁର ସହିତ ଅନ୍ୟାନ୍ୟ ପ୍ରମୁଖ ସହରରେ ବିକ୍ଷୋଭକାରୀମାନେ ରେଳ ଧାରଣା ଉପରେ ମଧ୍ୟ ଅବରୋଧ କରିଥିଲେ,
ଯାହା
ଫଳରେ ଅନେକ ଯାତ୍ରୀ ଓ ଏକ୍ସପ୍ରେସ୍ ଟ୍ରେନ୍ର ଗତିବିଧି ପ୍ରଭାବିତ ହୋଇଛି। ‘ରେଳ ରୋକୋ’
ଆନ୍ଦୋଳନ
ଦ୍ୱାରା ହଜାର ହଜାର ଯାତ୍ରୀ ସମସ୍ୟାରେ ପଡିଛନ୍ତି ।
ବନ୍ଦକୁ ସମର୍ଥନ ଜଣାଇ ଦୋକାନ, ବଜାର ଓ ବେସରକାରି ବ୍ୟବସାୟିକ
ପ୍ରତିଷ୍ଠାନଗୁଡିକ ବନ୍ଦ ରହିଛି। ବେସରକାରି ଶିକ୍ଷାନୁଷ୍ଠାନଗୁଡିକ ସାବଧାନତା ସୂଚକ ଭାବେ କ୍ଲାସ
ବାତିଲ କରିଛନ୍ତି। ହେଲେ, ଜରୁରୀକାଳୀନ ସେବାଗୁଡିକୁ ବନ୍ଦରୁ ବାଦ
ଦିଆଯାଇଛି । ଔଷଧ ଦୋକାନ, ହସ୍ପିଟାଲ,
ଆମ୍ବୁଲାନ୍ସ
ସେବା ଓ ଅନ୍ୟାନ୍ୟ ଆବଶ୍ୟକ ସେବାଗୁଡିକ ସାଧାରଣ ଭାବେ ଜାରି ରହିଛି।
କଂଗ୍ରେସ୍ ନେତାମାନେ ଏଫଏମ୍ କଲେଜ୍ ଛାତ୍ରୀ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ତୁରନ୍ତ
କାର୍ଯ୍ୟାନୁଷ୍ଠାନ ନ ନେଇଥିବା ଅଭିଯୋଗ କରିଛନ୍ତି, ଏବଂ ପୀଡ଼ିତାକୁ ନ୍ୟାୟ ମିଳିବା
ପାଇଁ ନିରପେକ୍ଷ ଓ ସମୟବଦ୍ଧ ତଦନ୍ତ ଦାବି କରିଛନ୍ତି।
ଏହି ବନ୍ଦ ମାଧ୍ୟମରେ ବିରୋଧୀ ଦଳମାନେ ସରକାରଙ୍କ ଉତରଦାୟିତ୍ୱ ନିର୍ଦ୍ଧାରଣ କରିବା ଓ
ନ୍ୟାୟ ସୁନିଶ୍ଚିତ କରିବା ପାଇଁ ନିଜର ଦାବିକୁ ଜୋରଦାର ଭାବରେ ଉପସ୍ଥାପନ କରିଛନ୍ତି। ହେଲେ,
ରାଜ୍ୟ
ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଏଥିପାଇଁ କୌଣସି ଔପଚାରିକ ପ୍ରତିକ୍ରିୟା ଆସିନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା