୪୮ ଆନ୍ଦୋଳନକାରୀ ଅଟକ - ପୋଲିସ କମିଶନର
ଭୁବନେଶ୍ୱର, ୧୭ ଜୁଲାଇ (ହି.ସ.)- କଂଗ୍ରେସର ଓଡ଼ିଶା ବନ୍ଦ ପାଳନ ବେଳେ ୪୮ ଜଣ ଆନ୍ଦୋଳନକାରୀଙ୍କୁ ଅଟକ ରଖାଯାଇଛି ବୋଲି ପୋଲିସ କମିଶନର ସୁରେଶ ଦେବଦତ ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି ଆନ୍ଦୋଳନକୁ ନେଇ ପୋଲିସ ପ୍ରସ୍ତୁତ ଥିଲା, ସବୁଠି ଫୋର୍ସ ମୁତୟନ ଥିଲା। ଗଣତାନ୍ତ୍ରିକ ଭାବେ କଂଗ୍ରେସ ଆନ୍ଦୋଳନ କ
୪୮ ଆନ୍ଦୋଳନକାରୀ ଅଟକ - ପୋଲିସ କମିଶନର


ଭୁବନେଶ୍ୱର, ୧୭ ଜୁଲାଇ (ହି.ସ.)- କଂଗ୍ରେସର ଓଡ଼ିଶା ବନ୍ଦ ପାଳନ ବେଳେ ୪୮ ଜଣ ଆନ୍ଦୋଳନକାରୀଙ୍କୁ ଅଟକ ରଖାଯାଇଛି ବୋଲି ପୋଲିସ କମିଶନର ସୁରେଶ ଦେବଦତ ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି

ଆନ୍ଦୋଳନକୁ ନେଇ ପୋଲିସ ପ୍ରସ୍ତୁତ ଥିଲା, ସବୁଠି ଫୋର୍ସ ମୁତୟନ ଥିଲା। ଗଣତାନ୍ତ୍ରିକ ଭାବେ କଂଗ୍ରେସ ଆନ୍ଦୋଳନ କରିଥିଲା। କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ବିଶୃଙ୍ଖଳା ଯାଗୁଁ ସେମାନଙ୍କୁ ଅଟକ ରଖାଯାଇଛି। ଆନ୍ଦୋଳନରେ ୪୮ଜଣ ଅଟକ ଅଛନ୍ତି। ଆନ୍ଦୋଳନ ନେଇ କେଂଟ୍ରାଲ ରୁମରେ ମନିଟରିଂ କରାଯାଇଥିଲା।ଆନ୍ଦୋଳନକାରୀଙ୍କ ଉପରେ ଡ୍ରୋନ ଜରିଆରେ ନଜର ରଖାଯାଇଛି। ସାହାଯ୍ୟ ପାଇଁ ୮ ସ୍ଥାନରୁ ପୋଲିସକୁ ଫୋନ୍ ଆସିଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande