ଭୁବନେଶ୍ୱର, ୧୭ ଜୁଲାଇ (ହି.ସ.)- ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀଙ୍କ ସୁବିଧା ବୃଦ୍ଧି ଓ ବର୍ଦ୍ଧିତ ଯାତ୍ରା ଚାହିଦାକୁ ପୂରଣ କରିବା ଲକ୍ଷ୍ୟରେ ଏବଂ ଉତମ ଯାତ୍ରା ସୁବିଧା ସୁନିଶ୍ଚିତ କରିବା ପାଇଁ କିଛି ଟ୍ରେନର ସମୟସୀମା ବୃଦ୍ଧି ଏବଂ ଅତିରିକ୍ତ କୋଚ୍ ସଂଯୋଗ ବ୍ୟବସ୍ଥା କରାଯାଇଛି ।
ନିରନ୍ତର ଜନସାଧାରଣଙ୍କ ଚାହିଦା ଏବଂ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ଟ୍ରେନ ନମ୍ବର ୦୨୮୩୨/ ୦୨୮୩୧ ଭୁବନେଶ୍ୱର-ଧାନବାଦ-ସ୍ପେଶାଲ ୩୧ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରରୁ ଏବଂ ଧାନବାଦରୁ ଏହା ୦୧ ଅଗଷ୍ଟ ୨୦୨୫ ତାରିଖ ପର୍ଯ୍ୟନ୍ତ ଚଳାଚଳରେ ବୃଦ୍ଧି କରାଯାଇଛି । ଟ୍ରେନ ନମ୍ବର ୦୨୮୩୯/୦୨୮୪୦ ଶାଲିମାର-ପୁରୀ-ସ୍ପେଶାଲ ୩୧ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଶାଲିମାରରୁ ଏବଂ ପୁରୀରୁ ଏହା ୧ ସେପ୍େଟମ୍ବର ୨୦୨୫ ପର୍ଯ୍ୟନ୍ତ ଚଳାଚଳରେ ବୃଦ୍ଧି କରାଯାଇଛି ।
ସେହିପରି ୨୦୭୦୭/୨୦୭୦୮ ସିକନ୍ଦରାବାଦ-ବିଶାଖାପାଟନମ୍-ସିକନ୍ଦରାବାଦ ବନ୍ଦେ ଭାରତ ଏକ୍ସପ୍ରେସକୁ ୧୬ ରୁ ୨୦ କୋଚକୁ ବୃଦ୍ଧି କରାଯାଇଛି ଯାହା ଦ୍ୱାରା ଯାତ୍ରୀଙ୍କ ଚାହିଦା ବୃଦ୍ଧି ଏବଂ ଯାତ୍ରା ଆରାମ ଆରମ ଦାୟକ ହୋଇପାରିବ। ଏହାସହ ୧୮୧୧୭/୧୮୧୧୮ ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସରେ ଗୋଟିଏ ସ୍ଲିପର୍ କ୍ଲାସ କୋଚ୍ ଏବଂ ଗୋଟିଏ ଏସି ୨-ଟାୟାର ଅତିରିକ୍ତ କୋଚ୍ ସଂଯୋଗ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା