ଏସୟୁସିଆଇ ପକ୍ଷରୁ ୧୬ନଂ ଜାତୀୟ ରାଜପଥ ଅବରୋଧ
ଧର୍ମଶାଳା,୧୭ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଶାଖା ଏସୟୁସିଆଇ ପକ୍ଷରୁ ଆଜି ସକାଳେ ୧୬ନଂ ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା। ଏସୟୁସିଆଇ ଜାରକା ଆଂଚଳିକ କମିଟିର ସମ୍ପାଦିକା ମଧୁମିତା ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଓଡ଼ିଶା ବନ୍ଦ ଡାକରାରେ କମ୍ରେଡ ଦମୟନ୍ତୀ ମୁଦୁଲି, ପ୍ରଭାତୀ ମଲିକ, ସଂଯୁକ
ଏସୟୁସିଆଇ ପକ୍ଷରୁ ୧୬ନଂ ଜାତୀୟ ରାଜପଥ ଅବରୋଧ


ଧର୍ମଶାଳା,୧୭ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଶାଖା ଏସୟୁସିଆଇ ପକ୍ଷରୁ ଆଜି ସକାଳେ ୧୬ନଂ ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା। ଏସୟୁସିଆଇ ଜାରକା ଆଂଚଳିକ କମିଟିର ସମ୍ପାଦିକା ମଧୁମିତା ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଓଡ଼ିଶା ବନ୍ଦ ଡାକରାରେ କମ୍ରେଡ ଦମୟନ୍ତୀ ମୁଦୁଲି, ପ୍ରଭାତୀ ମଲିକ, ସଂଯୁକ୍ତା ସାହୁ, ପ୍ରଶାନ୍ତ ସ୍ୱାଇଁ, ବିଚିତ୍ର ଦାସ, କବି ସେଠୀ ପ୍ରମୁଖ ଯୋଗଦେଇ ରାଜପଥରେ ଗାଡ଼ି ମଟର ଚଳଚଳ ବନ୍ଦ କରିଥିଲେ। ପରେ ସେମାନେ ଧର୍ମଶାଳା ଓ ଜାରକାରେ ଥିବା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମେତ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ କରିଥିଲେ । ମୃତ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସହ ଦୋଷୀକୁ ଦଣ୍ଡ ଦେବାକୁ ସେମାନେ ଦାବି କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande