ଭୁବନେଶ୍ୱର, ୧୭ ଜୁଲାଇ (ହି.ସ.)- ଫକୀରମୋହନ ସ୍ୱଂୟଶାସିତ ମହାବିଦ୍ୟାଳୟର ଛାତ୍ରୀଜଣଙ୍କ ଆତ୍ମାହୁତି କରିଥିବାରୁ ରାଜ୍ୟରେ କଂଗ୍ରେସ ସମେତ ସିପିଏମ୍, ସିପିଆଇ, ସିପିଆଇ (ଏମ୍-ଏଲ୍)ଲିବେରସେନ, ଫରୱାଡ ବ୍ଲକ, ଆର.ଜେ.ଡ଼ି, ଏନ୍.ସି.ପି. (ସ), ସମାଜବାଦ ପାର୍ଟି ପକ୍ଷରୁ ଦିଆଯାଇଥିବା ବନ୍ଦକୁ ସଫଳ କରିବା ଲାଗି ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆଜି ବିଭିନ୍ନ ଜାଗାରେ ପିକେଟିଂ କରି ମାଷ୍ଟର କ୍ୟାଂଟିନ ଛକ ଠାରେ ଏକାଠି ହୋଇଥିଲେ। ଏହାପରେ ପ୍ରାୟ ୧୨ ଘଟିକା ସମୟରେ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଗାନ୍ଧୀମାର୍ଗ ଠାରେ ବିଭିନ୍ନ ରାଜ୍ୟନୈତିକ ଦଳର ନେତାମାନଙ୍କ ସହିତ ଶ୍ରମିକ ନେତାମାନେ ମଧ୍ୟ ଗିରଫ ହୋଇଥିଲେ।
ଆଜିର ଓଡ଼ିଶା ବନ୍ଦ ଡାକରାରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ, ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖା, ଏ.ଆଇ.ଟି.ୟୁ.ସି., ଏଚ୍ଏମ୍ଏସ୍, ସି.ଆଇ.ଟି.ୟୁୂ.. ଏ.ଆଇ.ୟୁ.ଟି.ୟୁ.ସି., ଏ.ଆଇ.ସି.ସି.ଟି.ୟୁ.,ଟିୟୁସିସି, ଏଲପିଏଫ୍ ଏହି ବନ୍ଦରେ ଭାଗନେଇ ସମର୍ଥନ ଜଣାଇଛନ୍ତି ଓ ବିଭିନ୍ନ ଶ୍ରମିକ ସଂଗଠନମାନେ ନିଜ ନିଜ ଅଂଚଳରେ ବନ୍ଦରେ ସାମିଲ ଥିଲେ। ଏହି ବନ୍ଦରେ ଡ. ରାମଚନ୍ଦ୍ର ଖୁଣ୍ଟିଆ, ପ୍ରାକ୍ତନ ସାଂସଦ, କିଶୋର ଜେନା,ମହେନ୍ଦ୍ର ପରିଡ଼ା, ବିଜୟ ଜେନା, ଜୟନ୍ତ ଦାସ, ଦୁଷ୍ମନ୍ତ ଦାସ, ବିଷ୍ଣୁ ମହାନ୍ତି, ବି.ଏନ୍. ମହାପାତ୍ର, ନିରଞ୍ଜନ ମହାନ୍ତି, ଜୟସେନ ମେହେର, ରାଧାକାନ୍ତ ସେଠୀ, ଜ୍ୟୋତିରଞ୍ଜନ ମହାପାତ୍ର, ବି.ପି. ଦାସ, ମଧୁସୁଦନ ପ୍ରଧାନ, ମାୟାଧର ସେଠୀ, ପ୍ରଦୀପ୍ତ ନାୟକ ପ୍ରମୁଖ ଭାଗ ନେଇ ପୁଲିସ ଦ୍ୱାରା ଗିରଫ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଣତୀ ମିଶ୍ର, ସିଲି ସେଠି, ସୁର ଜେନା, ମାନସ ପାତ୍ର, ମାନସ ରଞ୍ଜନ ପ୍ରଧାନ, ରଶ୍ମିରଞ୍ଜନ ପରିଡା ପ୍ରମୁଖ ବନ୍ଦକୁ ସଫଳ ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା