ବନ୍ୟାଜଳ ପ୍ରବାହରେ ଶହଶହ ଏକର ଫସଲ ନଷ୍ଟ
ଧର୍ମଶାଳା,୧୭ ଜୁଲାଇ (ହି.ସ.)- ରାଜ୍ୟରେ ପ୍ରବଳ ଲଗାଣ ହେବା ଫଳରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ନଦୀ କୂଳିଆ ଲୋକେ ଓ କ୍ଷୁଦ୍ର ଓ ବୃହତ ଚାଷୀମାନେ ପ୍ରଭାବିତ ହୋଇଥିବା ଦେଖିବାକୁ ମିିଳିଥିଲା । ଯାଜପୁର ଜିଲାରେ ବ୍ରାହ୍ମଣୀ ଓ ତାର ଶାଖା କେଲୁଅ ନଦୀରେ ବନ୍ୟାଜଳ ଆସିଥିଲା । ଏହାର ପ୍ର
ବନ୍ୟାଜଳ ପ୍ରବାହରେ ଶହଶହ ଏକର ଫସଲ ନଷ୍ଟ


ଧର୍ମଶାଳା,୧୭ ଜୁଲାଇ (ହି.ସ.)- ରାଜ୍ୟରେ ପ୍ରବଳ ଲଗାଣ ହେବା ଫଳରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ନଦୀ କୂଳିଆ ଲୋକେ ଓ କ୍ଷୁଦ୍ର ଓ ବୃହତ ଚାଷୀମାନେ ପ୍ରଭାବିତ ହୋଇଥିବା ଦେଖିବାକୁ ମିିଳିଥିଲା । ଯାଜପୁର ଜିଲାରେ ବ୍ରାହ୍ମଣୀ ଓ ତାର ଶାଖା କେଲୁଅ ନଦୀରେ ବନ୍ୟାଜଳ ଆସିଥିଲା । ଏହାର ପ୍ରଭାବରେ ନଦୀ କୂଳରେ ବସବାସ କରୁଥିବା ଜନସାଧାରଣ ନଦୀ ତଟରେ କରିଥିବା ଶହଶହ ଏକର ଧାନ ଓ ପନିପରିବା ଗଛ ଗଛ ଉପରେ ପାଣି ଚାଲିଥିଲା । ଧର୍ମଶାଳା ବ୍ଲକର ଦେଓଦା ପଂଚାୟତର ସ୍ୱାଇଁସାହି, ମାଝିପାଟଣା, ଚଇନିହୁଡା, ବାସୁଦେବପୁର, ମଙ୍ଗଳପୁର ପଂଚାୟତ ରାଏପଡା, ବାଙ୍କସାହି ଓ ଉତରପ୍ରତାପ ପଂଚାୟତର ଉତରପ୍ରତାପ ଆଦି ଅଂଚଳରେ ବ୍ୟାପକଭାବେ ବିଭିନ୍ନ କିସମର ଧାନ ଓ ଜହ୍ନି, କାକୁଡି, ଝୁଡଙ୍ଗ, କଲରା, ପୋଟଳ ଓ ବାଇଗଣ ଗଛ ଏବେ ମରି ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଚାଷୀ ବିିଭିନ୍ନ ଉପାୟରୁ ଧାର କରଜ କରି ଏକର ଏକର କ୍ଷେତରେ ଚାଷ କରିଥିଲା । ଚାଷ ଅମଳ କରି କରଜ ଶୁଝିବା ସହ ବର୍ଷତମାମ ନିଜ ପରିବାର ପ୍ରତିପୋଷଣ କରିଥାଏ । ଏବେ ବ୍ୟାପକ କ୍ଷତି ହେବା ଫଳରେ ଚାଷୀ ପରିବାର ଚିନ୍ତାରେ ପଡିଯାଇଛି । କାଳନ୍ଦୀ ସାହୁ, ଶ୍ୟାମସୁନ୍ଦର ବେହେରା, ଚନ୍ଦନ ସାହୁ, ବୀର କିଶୋର ସାହୁ, କାର୍ତିକ ସାହୁ, ତ୍ରୌଲୋକ୍ୟ ବେହେରା, ବିଦନ ଦାସ, ସାଉଁଟି ଦାସ, ରାମ ମହାନ୍ତି, ଅଜୟ ବିଶ୍ୱାଳ, ନୀଳମଣୀ ଦାସ, ଶରତ ସାହୁ, ବାବାଜୀ ପଣ୍ଡା, ଗୌରାଙ୍ଗ ପଣ୍ଡା, ନିତ୍ୟାନନ୍ଦ ପଣ୍ଡା ଓ ପବିତ୍ର ଦାସ ପ୍ରମୁଖ ବନ୍ୟା ପରେ ସରକାର କ୍ଷୟକ୍ଷତିର ଆକଳନ କରି ଆବଶ୍ୟକୀୟ କ୍ଷତି ପୁରଣ ଦେବାକୁ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande