ଭଦ୍ରକ, ୨ ଜୁଲାଇ (ହି.ସ.) - ପୁରୀ ରଥଯାତ୍ରା କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ପୂର୍ବ ଭାରତର ଆସ୍ଥା, ସେବା ଏବଂ ସମର୍ପଣର ପ୍ରତୀକ । ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ଦର୍ଶନ ନିମନ୍ତେ ପ୍ରତିବର୍ଷ ରଥଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥାଏ । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସେବା ନିମନ୍ତେ ଆଦାନୀ ଗ୍ରୁପ ଓ ଇସ୍କନ ପକ୍ଷରୁ ମିଳିତ ସହଯୋଗରେ ପୁରୀର ବିଭିନ୍ନ ସ୍ଥାନରେ ଅନ୍ନ ପ୍ରସାଦ ସେବା ଆରମ୍ଭ କରାଯାଇଛି । ଏହି ପ୍ରସାଦ ସେବା କେବଳ ଶ୍ରଦ୍ଧାଳୁଙ୍କ ଭୋକ ଦୂର କରୁନାହିଁ, ବରଂ ସେବାର ଉକ୍ରୃଷ୍ଟ ଆଦର୍ଶକୁ ସ୍ଥାପିତ କରିଛି । ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ମାଗଣା ଭୋଜନ ଉପଲବ୍ଧ କରାଯାଉଛି । ଏହି ଭୋଜନରେ ମହାପ୍ରଭୁ ଜଗନ୍ନାଥଙ୍କ ଛପନ (୫୬) ଭୋଗ ଥାଳିରୁ ପ୍ରତିଦିନ ଭିନ୍ନ ଭିନ୍ନ ୨୫ ପ୍ରକାର ଭୋଗ ପ୍ରସ୍ତୁତ କରାଯାଉଛି । ଏ ସମସ୍ତ ବ୍ୟଞ୍ଜନ ଶୁଦ୍ଧ ଦେଶୀ ଘିଅ, ପାରମ୍ପରିକ ମସଲା ଏବଂ ସାତ୍ୱିକ ବିଧିରେ ପ୍ରସ୍ତୁତ କରାଯାଉଛି । ଏହି ଦିବ୍ୟ ରୋଷେଇ କାର୍ଯ୍ୟ ସଚାଳନରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ସ୍ୱୟଂସେବକ ଦିନ-ରାତି ନିଜର ସେବା ପ୍ରଦାନ କରୁଛନ୍ତି । ଏଥିରୁ ପ୍ରାୟ ୫୦% ସ୍ୱୟଂସେବକ ସ୍ଥାନୀୟ ଅଂଚଳର ହୋଇଥିବା ବେଳେ ଅନ୍ୟମାନେ ଦେଶର ବିଭିନ୍ନ ସ୍ଥାନରୁ ଆସିଛନ୍ତି । ସମସ୍ତ କର୍ମୀମାନେ ଦୁଇଟି ସିଫ୍ଟରେ ଭାଗ ହୋଇ କାର୍ଯ୍ୟ କରୁଛନ୍ତି । ପ୍ରଭାତ ସମୟରେ ପ୍ରାୟ ୩୫୦ ସେବକ କାମ କରୁଥିବା ବେଳେ ଅନ୍ୟମାନେ ସନ୍ଧ୍ୟା ସମୟରେ ଭୋଜନ ପ୍ରସ୍ତୁତ କରିବାର ଦାୟିତ୍ୱ ସମ୍ଭାଳିଥାନ୍ତି । ସମସ୍ତ ସେବକଙ୍କୁ ଦାୟିତ୍ୱ ବଂଟନ କରାଯାଇଛି ଏବଂ ସେମାନେ ନୀତିଗତ ଭାବେ ସମସ୍ତ କାର୍ଯ୍ୟ ସମ୍ପାଦନ କରୁଛନ୍ତି । କେହି ପନିପରିବା କାଟୁଥିବା ବେଳେ କେହି ରୁଟି କରିବା, ଭୋଗ ପ୍ୟାକେଟ୍ କରିବା, ଭୋଗକୁ ନିଦ୍ଧାରିତ ବିତରଣ ସ୍ଥାନରେ ପହଂଚାଇବା ଭଳି ଦାୟିତ୍ୱ ବହନ କରୁଥିବା ଦେଖିବାକୁ ମିଳୁଛି । ଏହି ରୋଷଶାଳା କେବଳ ଏକ ରୋଷଶାଳା ନୁହେଁ, ବରଂ ଏକ ଜୀବନ୍ତ ସେବାକେନ୍ଦ୍ରରେ ପରିଣତ ହୋଇଯାଇଛି । ଏଠାରେ ପ୍ରତି ବ୍ୟକ୍ତି ସେବାକୁ ନିଜର ଧର୍ମ ଭାବେ ପାଳନ କରି କାର୍ଯ୍ୟ କରୁଛନ୍ତି । ରୋଷଶାଳା ପାଶ୍ୱର୍ବର୍ତୀ ଅଂଚଳରେ ସ୍ୱୟଂସେବକଙ୍କ ମାନଙ୍କର ରହଣୀର ବ୍ୟବସ୍ଥା କରାଯାଇଛି ଏବଂ ଉକ୍ତ ଭୋଜନରୁ ସେମାନଙ୍କ ପାଇଁ ବ୍ୟବସ୍ଥା ହୋଇଛି । ଏହି ସେବା ହେଉଛି ଏପରି ଏକ ପରମ୍ପରା, ଯେଉଁଠାରେ ଈଶ୍ୱରଙ୍କୁ ଅର୍ପଣ ଠାରୁ ଆରମ୍ଭ ହୋଇ ସମାଜର ଅନ୍ତିମ ବ୍ୟକ୍ତି ନିକଟରେ ପହଂଚି ପାରୁଛି । ପ୍ରସାଦରେ ମୁଖ୍ୟତଃ ଖେଚୁଡ଼ି, ଡାଲମା, ଘିଅ-ଅନ୍ନ, ତରକାରୀ, ପୁରୀ, ବରା, ପାୟସମ, ଏବଂ ବିଭିନ୍ନ ପ୍ରକାର ମିଠା ରହିଛି । ଏ ସମସ୍ତ ବ୍ୟଞ୍ଜନରେ ପାରମ୍ପରିକ ବିଧିରେ ପ୍ରସ୍ତୁତ ହେଉଥିବା ବେଳେ ଆର୍ୟୁବେଦ ଦୃଷ୍ଟିକୋଣ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି । ଏ ସମ୍ପୂର୍ଣ୍ଣ କାର୍ଯ୍ୟଧାରାରେ ଆଦାନୀ ଲଜିଷ୍ଟିକ୍ର ପୂର୍ଣ୍ଣ ସହଯୋଗ ଏବଂ ଇସ୍କନର ଆଧ୍ୟାତ୍ମିକ ଶକ୍ତି ଦ୍ୱାରା ପ୍ରେରିତ ହୋଇଛି । ସ୍ଥାନୀୟ ମଣ୍ଡିରୁ ତାଜା ପନିପରିବା, ଡାଲି, ଚାଉଳ କ୍ରୟ କରାଯାଇ ପ୍ରସ୍ତୁତ ହେଉଛି । ଏହି ସେବା କେବଳ ଭୋଜନ ପ୍ରଦାନରେ ସୀମିତ ନ ରହି, ଏହି ପ୍ରସାଦକୁ ଗ୍ରହଣ କରିଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯେଉଁମାନେ ଙ୍କ ନିମନ୍ତେ ଏକ ଆଧ୍ୟାତ୍ମିକ ଅନୁଭବରେ ପରିଣତ ହୋଇଯାଇଛି । ଏହା କେବଳ ଭୋକ ଦୂର କରୁନାହିଁ, ମନ ଓ ଆତ୍ମାକୁ ମଧ୍ୟ ଶାନ୍ତି ପ୍ରଦାନ କରୁଛି । ଆଦାନୀ ଓ ଇସ୍କନର ଏହି ମିଳିତ ସହଯୋଗ ଆଧ୍ୟାତ୍ମ ଓ ଆଧୁନିକ, ଶ୍ରଦ୍ଧା ଓ ସେବା ମିଳିତ ଭାବେ ସମାଜକୁ କିଛି ବିଶେଷ ଦେବାର ଅନୁଭୂତିର ଏକ ଜ୍ୱଳନ୍ତ ଉଦାହରଣ ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ