ଜୟପୁର, 2 ଜୁଲାଇ (ହି.ସ.)
୧୯୪୬ ମସିହାରେ ଜୟପୁର ମହାରାଜା ଭାବେ ଖ୍ୟାତ ବିକ୍ରମ ଦେବ ବର୍ମା ପ୍ରତିଷ୍ଠା କରିଥିଲେ ଶ୍ରୀ ବିକ୍ରମ ସରକାରୀ ଚାରୁ କାରୁ କଳା ବିଦ୍ୟାଳୟ । ବିଦ୍ୟାଳୟ ପ୍ରତିଷ୍ଠା ୭୯ ବର୍ଷ ବିତିଯାଇଥିଲେ ବି ଡିଗ୍ରି କଲେଜରେ ପରିଣତ ହୋଇ ପାରିଲା ନାହିଁ । ବହୁ ବର୍ଷ ହେବ ଦାବି ହେବା ପରେ ରାଜ୍ୟ ସରକାର ୨୬ା୧୦ା୨୦୨୨ ରେ ଅପଗ୍ରେଡସନ କରି ଡିଗ୍ରୀ ଖୋଲିବାତୁ ଅନୁମତି ଦେଇଥିଲେ । ଡ୍ରିଗୀ ଖୋଲିବା ପାଇ ୫ ଏକର ଜମିର ଆବଷ୍ୟକତା ରହିଛି । ଏନେଇ ଗତ ୨୦ା୧୧ା୨୪ ତାରିଖ ପଟ୍ଟା ଦିଆଯିବା ନେଇ ରାଜସ୍ୱ ବିଭାଗ ନିକଟରେ ଆବେଦନ କରାଯାଇଥିଲା । କିନ୍ତୁ ୬ ମାସ ବିତି ଯାଇଥିଲେ ବି ବିଭାଗ ପଟ୍ଟା ଦେଉନଥିବାରୁ ଡିଗ୍ରି କଲେଜ ଖୋଲାଯାଇ ପାରୁ ନାହିଁ ବୋଲି ଅଧ୍ୟକ୍ଷ ଯୁଧିଷ୍ଠିର ମଲ୍ଲିକ କହିଛନ୍ତି । ଏହି ବିଦ୍ୟାଳୟରେ ଅବିଭକ୍ତ କୋରାପୁଟ ଜିଲା ସମେତ କଳାହାଣ୍ଡି, ବଲାଙ୍ଗିର, ଭଦ୍ରକ ଭଳି ଅନ୍ୟ ଜିଲାର ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଦ୍ୟାଳୟରେ ଚିତ୍ରକଳା, ନିର୍ମାଣ କଳା, ବ୍ୟବସାୟିକ ତଥା ପାରମ୍ପାରିକ ଓ ଗ୍ରଫିକ୍ସ ଆର୍ଟ ସହ ଇଁରାଜୀ, ଓଡିଆ, ରାଜନିତି ବିଜ୍ଞାନ , ଇତିହାସ . ଅର୍ଥନିତି ବିଷୟରେ ଶିକ୍ଷା ଦାନ କରାଯାଇ ଥାଏ । ଜଣେ ଛାତ୍ର ଏଠାରେ ଅଧ୍ୟୟନ କରିବା ପରେ ଯେ କୌଣସି କଲେଜ ରେ ଡୀଗ୍ରୀ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥାଏ । ବିଦ୍ୟାଳୟରେ ଧନ୍ଧା ମୁଳକ କଳା ଶିକ୍ଷାରେ ୪୦ ଜଣ ଛାତ୍ର ଛାତ୍ରୀ ଙ୍କ ପଢିବା ଭଳି ବ୍ୟବସ୍ଥା ଥିବା ବେଳେ ପ୍ରଶିକ୍ଷକଙ୍କ ଅଭାବ ଶିକ୍ଷା ଦାନରେ ପ୍ରତିବନ୍ଧକ ସାଜିଛି । ବିଦ୍ୟାଳୟରେ ୫ଟି ମଞ୍ଜୁରି ପ୍ରାପ୍ତ ପ୍ରଶିକ୍ଷକ ପଦବି ଥିବା ବେଳେ ବତ୍ତମାନ ୪ ଟି ପ୍ରଶିକ୍ଷକ ପଦବି ଖାଲି ପଡିଥିବା ବେଳେ ଜଣେ ପ୍ରଶିକ୍ଷକ ରେ ଚାଲିଛି ଶିକ୍ଷାଦାନ । ସେହି ପ୍ରଶିକ୍ଷକ ଜଣକ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି । ଆହୁରି ମଧ୍ୟ ଅଧିକ ପ୍ରଶିକ୍ଷକ ଅବଷ୍ୟକତା ରହିଛି । ପ୍ରଶିକ୍ଷକ ଖାଲି ପଡିଥିବାରୁ ଅତିଥି ପ୍ରଶିକ୍ଷକ ଙ୍କ ଦ୍ୱାରା କାଯ୍ୟ ତୁଲାଯାଉଛି । ଅଧିକ ବିଭାଗ ଖୋଲାଯିବା ସହ ଏହି ବିଦ୍ୟାଳୟରେ ଛାତ୍ରୀ ହ ଷ୍ଟେଲ ନଥିବାରୁ ଛାତ୍ରୀ ମାନେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଦ୍ୟାଳୟରେ କିରାଣି ପଦବୀ ନଥିବା ବେଳେ ୧୨ ରୁ ୧୩ ବର୍ଷ ହେବ ଡାଡା ଏଣ୍ଟି କୁ ନିଯୁକ୍ତି ଦିଆଯାଇ ତାଙ୍କ ଦ୍ୱାରା ବିଭିନ୍ନ କାଯ୍ୟାଳୟ କାଯ୍ୟ କରାଯାଉଛି । ଏହି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ରାଜ୍ୟ ତଥା ରାଜ୍ୟ ବାହାରେ ନାମ ଅର୍ଜନ କରିଥିବା ବେଳେ ହାଇଦ୍ରାବାଦ ଓ ବମ୍ବେ ସ୍ଥିତ ଫିଲମ ଜଗତରେ ଜଣେ ନାମି ଦାମି ଚିତ୍ରକର ଭାବେ ବେଶ ପ୍ରତିଷ୍ଠା ଲାଭ କରିଛନ୍ତି । ଦିଲ୍ଲି ଠାରେ ଓଡିଶା ଲୋକକଳାର ଅତ୍ୟନ୍ତ ଚିତ୍ର ମାନ ଆଙ୍କି ପ୍ରଚାର ଓ ପ୍ରାସାର ଦିଗରେ ଗୁରୁତ୍ୱ ପୁଣ୍ଣ ଭୁମିକା ନିବାହ କରିଥିଲେ । ବିଦ୍ୟାଳୟରେ ମୁତ୍ତି ନିର୍ମାଣ, କାଠ ଖୋଦେଇ ଟେରାକୋଟା, ଫଟୋ ଚିତ୍ର, ଚିତ୍ର କଳା, ବାଣିଜ୍ୟ କଳା ଇତ୍ୟାଦି ବିଷୟରେ ତାଲିମ ଦିଆଯାଉଥିବା ବେଳେ ଗ୍ରାଫିକ, ବାଣିଜ୍ୟ ଭିତ୍ତିକ ବିଜ୍ଞାପନ ସହ ପାରମ୍ପରିକ ଲୋକ କଳା , ଆଦୀବାସୀ ଲୋକ କଳା ସହ ପୁରୀ, କଟକ ଜିଲାର ଲୋକ କଳା ସମ୍ଭନ୍ଧରେ ମଧ୍ୟ ତାଲିମ ପ୍ରଦାନ କରାଯାଉଛି । ଅନ୍ୟ ପକ୍ଷରେ ଏହି ଅଞ୍ଚର ଗରିବ ଛାତ୍ର ଛାତ୍ରୀ ମାନେ ଚାରୁ କଳା କ୍ଷେତ୍ର ରେ ଉଚ୍ଚ ଶିକ୍ଷା ପାଇ ଆଗ୍ରହ ହୋଇ ଥିଲେ ହେଁ ଏହି ବିଦ୍ୟାଳୟକୁ ଡିଗ୍ରୀ ପାଠ୍ୟକ୍ରମ ଖୋଲାଯାଇ ନଥିବାରୁ ସ୍ୱତନ୍ତ୍ର ଉଚ୍ଚ ଶିକ୍ଷା ପାଇବାରୁ ବଞ୍ଚିତ ହୋଉଛନ୍ତି । ଡିଗ୍ରୀ ପାଠ୍ୟ କ୍ରମ ପଢିବାକୁ ହେଲେ ଖଲିକୋଟ କିମ୍ବା ଭୁବନେଶ୍ୱର ଯିବାକୁ ପଡୁଛି । ଏହି ଅଞ୍ଚଳର ଗିରବ ଛାତ୍ର ଛାତ୍ରୀ ଙ୍କ ପକ୍ଷେ ଏହା ଦୁରୁହ ବ୍ୟାପାର ହୋଇଛି । ଓଡିଶାର ପୁବତନ ରାଜ୍ୟପାଳ ଓାଇଏସ ସାନ୍ତାକାରା, ଏମଏମ ରାଜେନ୍ଦ୍ରନ ତଥା ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ଏହି ବିଦ୍ୟାଳୟ ପରିଦର୍ଶନର ସନ୍ତକ ଥିଲେ ମଧ୍ୟ ଏହାର ଭାଗ୍ୟ ବଦଳି ନାହିଁ । ଏଥି ପ୍ରତି ଗୁରୁତର ସହ ନେଇ ଜମି ଯୋଗାଇବା ସହ ଡିଗ୍ରୀ ପାଠ୍ୟ କ୍ରମ ଖୋଲିବାକୁ ଦାବି ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି