ଭଦ୍ରକ, ୨ ଜୁଲାଇ (ହି.ସ.) - ଲଗାଣ ବର୍ଷା ଯୋଗୁଁ ସାଳନ୍ଦୀ ନଦୀରେ ବନ୍ୟା ଆସି ଭଦ୍ରକ ଅଂଚଳର ବହୁ ଜନଜୀବନ ଅତ୍ୟନ୍ତ ଭାବେ ପ୍ରଭାବିତ ହୋଇଛି।ଭଦ୍ରକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଣ୍ଡତଡ଼ା,ବେନ୍ତାଳ ପଂଚାୟତ ଏବଂ ପୌରପାଳିକା ୱାର୍ଡ଼ ନମ୍ବର ୨୮,୨୯ ଓ ୩୦ ଠାରେ ବନ୍ୟା ପ୍ରଭାବିତ ବିଭିନ୍ନ ଅଂଚଳ ବିଭାଗୀୟ ଅଧିକାରୀ ମାନଙ୍କ ସହ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ସହ ବୁଲି ଦେଖିଥିଲେ। ଏବଂ ଜଳବନ୍ଦୀ ହୋଇ ରହିଥିବା ପରିବାର ବର୍ଗଙ୍କ ପାଇଁ ଶୁଖିଲା ଓ ରନ୍ଧା ଖାଦ୍ୟ,ପାନୀୟ ଜଳ ଯୋଗାଣ,ଗୃହ ପାଳିତ ପଶୁ ମାନଙ୍କ ପାଇଁ ଚାରା ଓ ବନ୍ୟା ଜଳର ନିଷ୍କାସନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଭଦ୍ରକ ବିଧାୟକ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ