ଯାହାର ବି ସଂପୃକ୍ତି ଥିବ କାର୍ଯ୍ୟାନୁଷ୍ଠାନ ହେବ - ସିପି
ଭୁବନେଶ୍ୱର, ୦୨ ଜୁଲାଇ (ହି.ସ.) - ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ବୁଧବାର ପୋଲିସ କମିଶନର, ବିଏମସି ଅତିରିକ୍ତ କମିଶନର,କମିଶନରଙ୍କ ଉପସ୍ଥିତିରେ ବିଏମସି ଅଫିସରେ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ନେଇ ପୋଲିସ କମିଶନର ଦେବଦତ ସିଂ କହିଛନ୍ତି ଘଟଣା ସମ୍ପର୍କରେ ତଦନ୍ତ ଚାଲିଛି । ଆଜିଠୁ ଆଡିସନାଲ କମିଶନର ତାଙ୍କର କାମ ଆରମ୍ଭ କରିଛନ୍ତି। ସେ ଅଫିସ ଆସିଛନ୍ତି। ସମ୍ପୂର୍ଣ୍ଣ ଘଟଣାରେ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ଚାଲିଛି। ଅଭିଯୁକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି। ଯାହାର ବି ସଂପୃକ୍ତି ଥିବ ତାଙ୍କ ଉପରେ ବି ତଦନ୍ତ ହେବ। ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଅଫିସର ମାନେ ଏଠି ଲୋକଙ୍କ ଅଭିଯୋଗ ଶୁଣୁଥିବା ବେଳେ ଏମିତି ଘଟଣା ଘଟିଛି। ସିକୁରୀଟି ସିଷ୍ଟମ ଅଛି। ଏଠାରେ ଏକ୍ସ ସର୍ଭିସ ମ୍ୟାନ ରହୁଛନ୍ତି, ସେମାନଙ୍କୁ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପରବର୍ତୀ ମୁହୂର୍ତରେ ଟ୍ରେନିଂ ଦିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ଦେବଦତ୍ତ ସିଂ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା