ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳନ - ଗଛ ଲଗାଇଲେ ଜିଲ୍ଲାପାଳ ଓ ଏସପି
ସୁବର୍ଣ୍ଣପୁର, ୦୨ ଜୁଲାଇ(ହି.ସ.) – ସୁବର୍ଣ୍ଣପୁର ବନଖଣ୍ଡ ଅଧିନସ୍ତ ଅର୍ଜୁନପୂର ସ୍ଥିତ ନଗରବନ ଠାରେ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ଆଜି ଉଦଘାଟିତ ହୋଇଯାଇଛି। ଏହି ସମାରୋହରେ ଜିଲ୍ଲାପାଳ ଅନ୍ୟା ଦାସ, ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମା ପ୍ରମୁଖ ଯୋଗଦେଇ ବୃକ୍ଷ ର
ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳନ - ଗଛ ଲଗାଇଲେ ଜିଲ୍ଲାପାଳ ଓ ଏସପି


ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳନ - ଗଛ ଲଗାଇଲେ ଜିଲ୍ଲାପାଳ ଓ ଏସପି


ସୁବର୍ଣ୍ଣପୁର, ୦୨ ଜୁଲାଇ(ହି.ସ.) – ସୁବର୍ଣ୍ଣପୁର ବନଖଣ୍ଡ ଅଧିନସ୍ତ ଅର୍ଜୁନପୂର ସ୍ଥିତ ନଗରବନ ଠାରେ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ଆଜି ଉଦଘାଟିତ ହୋଇଯାଇଛି। ଏହି ସମାରୋହରେ ଜିଲ୍ଲାପାଳ ଅନ୍ୟା ଦାସ, ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମା ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସମ୍ମାନିତ ଅତିଥି ଭାବରେ ସି ଡି ଏମ୍ ପି ଏଚ୍ ଓ ଦୁର୍ଗା ଦତ ଦାଶ, ଜିଲ୍ଲା ଜଳ ବିଭାଜିକା ବିଭାଗର ଡେପୁଟି ଡାଇରେକ୍ଟର, ସି ଡି ଭି ଓ, ଏ ସି ଏଫ୍ ସୋନପୁର ଗିରିଧାରୀ ନାଗ, ଏ ସି ଏଫ୍ ଶ୍ରୀ ବରିହା, ସୋନପୁର ରେଞ୍ଜ ଅଫିସର ସୁବାଷ ମହାପାତ୍ର ପ୍ରମୁଖ ଜିଲ୍ଲା ପ୍ରଶାସନ ର ବିଭିନ୍ନ ଅଧିକାରୀ, ସ୍ୱେଛାସେବୀ, ବରିଷ୍ଠ ନାଗରିକ ଯୋଗ ଦେଇ ସମସ୍ତେ ଗୋଟେ ଗୋଟେ ଗଛ ଲଗାଇ ପରିବେଶ ସୁରକ୍ଷାର ବାର୍ତା ପ୍ରଦାନ କରିଥିଲେ। ଜିଲ୍ଲା ବରିଷ୍ଠ ନାଗରିକ ଓ ସ୍ୱଚ୍ଛ ଭାରତ ସଙ୍ଗଠନ କର୍ମ କର୍ତା, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୋଗ ଦେଇ ପ୍ରମୁଖ ସଦସ୍ୟ , ଶିକ୍ଷକ, ଓ କୋଶଳ ଆବାସିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏହି ଉତ୍ସବରେ ଯୋଗ ଦେଇ ଚାରା ରୋପଣ କରିଥିଲେ କ୍ଷ ଆଜି ପ୍ରଥମ ଦିନରେ ପ୍ରାୟ ଦୁଇ ହଜାର ବୃକ୍ଷ ରୋପଣ କରାଯିବା ନେଇ ଜିଲ୍ଲା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଅବସରରେ ଭ୍ରାମ୍ୟମାଣ ଚାରା ବଣ୍ଟନ ମୋବାଇଲ ଭ୍ୟାନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ ଓ ଏସପି। ଏହି ଯାନରେ ଚାରା ପ୍ରତି ଏକ ଟଙ୍କା ଦରରେ ସହର ଓ ଜିଲ୍ଲା ସାରା ବୁଲି ବୁଲି ଚାରା ବିକ୍ରୟ କରାଯିବ। ଗତକାଲି ୧ ତାରିଖ ଠାରୁ ଆସନ୍ତା ୭ ତାରିଖ ଯାଏ ଜିଲ୍ଲା ସଦର ମହକୁମା ସମେତ ବନ ବିଭାଗର ସମସ୍ତ ରେଞ୍ଜରେ ବନ ମହୋତ୍ସବ ପାଳନ ସହିତ ଔଷଧୀୟ ବୃକ୍ଷ ଓ ଅନେକ ପ୍ରକାର ଚାରାରୋପଣ ଓ ବିକ୍ରୟ କରାଯିବ ବୋଲି ସୁଚନା ମିଳିଛି। ଜିଲ୍ଲାପାଳ ଓ ଏସପି ନଗର ବନର ୱାଚ୍ ଟାୱାରରେ ବସି ପ୍ରାକୃତିକ ପରିବେଶ କୁ ଉପଭୋଗ କରି ଏ ସୁନ୍ଦର ସଫଳ ପ୍ରକଳ୍ପ ଓ ବିଭାଗର ହାଡ୍ ୱାର୍କ ପାଇଁ ଡି ଏଫ୍ ଓ ଶ୍ରୀ ଶର୍ମାଙ୍କୁ ପ୍ରଶଂସା କରିଥିଲେ। ସୋନପୁର ଫରେଷ୍ଟର ଭକ୍ତବନ୍ଧୁ ମିଶ୍ର ଆଜିର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଜିଲ୍ଲାର ସମସ୍ତ ରେଞ୍ଜ ଅଫିସର ଓ କର୍ମଚାରୀ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande