ବାଲାଜୀ ନର୍ସିଂ କଲେଜରେ ବନମହୋତ୍ସବ ପାଳିତ
ବଲାଙ୍ଗିର, 2 ଜୁଲାଇ (ହି.ସ.)ସ୍ଥାନୀୟ ୨୬ ନମ୍ବର ଜାତୀୟ ରାଜପଥରେ ଅବସ୍ଥିତ ବାଲାଜୀ କଲେଜ ଅଫ ନର୍ସିଂ ରେ ନିର୍ଦ୍ଦେଶକ ଅଭିଳାଷ ଅଗ୍ରୱାଲଙ୍କ ସଂଯୋଜନାରେ ବନମହୋତ୍ସବ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବନ ଅଧିକାରୀ(ଡିଏଫ୍ଓ) ଅଜିତ କୁମାର ବିଶି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ
ବାଲାଜୀ ନର୍ସିଂ କଲେଜରେ ବନମହୋତ୍ସବ ପାଳିତ


ବାଲାଜୀ ନର୍ସିଂ କଲେଜରେ ବନମହୋତ୍ସବ ପାଳିତ


ବଲାଙ୍ଗିର, 2 ଜୁଲାଇ (ହି.ସ.)ସ୍ଥାନୀୟ ୨୬ ନମ୍ବର ଜାତୀୟ ରାଜପଥରେ ଅବସ୍ଥିତ ବାଲାଜୀ କଲେଜ ଅଫ ନର୍ସିଂ ରେ ନିର୍ଦ୍ଦେଶକ ଅଭିଳାଷ ଅଗ୍ରୱାଲଙ୍କ ସଂଯୋଜନାରେ ବନମହୋତ୍ସବ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବନ ଅଧିକାରୀ(ଡିଏଫ୍ଓ) ଅଜିତ କୁମାର ବିଶି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବରେ ସମାଜସେବୀ ବିଷ୍ଣୁ ପ୍ରସାଦ କେଡିଆ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବରେ ବାଲାଜୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ ର ପରିଚାଳନା ନିର୍ଦ୍ଦେଶକ କୈଳାସ ଅଗ୍ରୱାଲ ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଙ୍ଗଲର ସୁରକ୍ଷା ଉପରେ ସମ୍ୟକ୍ ଧାରଣା ଦେଇଥିଲେ। ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା ବୋଲି ଉଦବୋଧନ ଦେଇଥିଲେ । ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ସୁରେଶ ଷଡ଼ଙ୍ଗୀ, ବି.ଆଇ. ଏସ, ପ୍ରିନ୍ସିପାଲ ସଞ୍ଜୟ ମିଶ୍ର ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ନର୍ସିଂ ବିଭାଗୀୟ ମୁଖ୍ୟ ଦେବାଶିଷ ପାଣ୍ଡିଆ ପରିଚାଳନା କରିଥିଲେ।ବର୍ତ୍ତମାନ ଜଙ୍ଗଲ ଉଜୁଡ଼ି ଯାଉଥିବା ବେଳେ ପରିବେଶ ଉପରେ ବିଶେଷ ପ୍ରଭାବ ପଡୁଛି।ଏଥିପାଇଁ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଉଛି।ଏହାକୁ ରୋକିବା ପାଇଁ ଏବଂ ଅମ୍ଳଜାନ ଅଭାବ ରୁ କାହାରି କୁ ଅସୁବିଧା ନ ହେବା ପାଇଁ ବୃକ୍ଷ କୁ ପ୍ରକୃତି ର ସାଥୀ ଭାବେ ଆପଣେଇ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଙ୍କ ଆହ୍ବାନ କ୍ରମେ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନିର୍ଦ୍ଦେଶାନୁସାରେ ମାଁ ପାଇଁ ଗଛ ଟିଏ ପଣ ରେ ସବୁ ଛାତ୍ରଛାତ୍ରୀ ଆଗାମୀ ଦିନରେ ସବୁଜ ବନାନୀ ରେ ଭରପୁର କରିବେ ବୋଲି ଶପଥ ନେଇଥିଲେ।ଏହାପରେ ଜିଲ୍ଲା ରେଞ୍ଜ ଅଧିକାରୀ ମାନଙ୍କ ସହିତ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷରୋପଣ କରିଥିଲେ। ସମସ୍ତ ଅତିଥି,ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟତ୍ରୀ ତଥା କଲେଜ୍ ଏବଂ ସ୍କୁଲ ର ସମସ୍ତ କର୍ମଚାରୀଙ୍କ ମିଳିତ ସହଯୋଗ ରେ ବନ ମହୋତ୍ସବ କାର୍ଯ୍ୟକ୍ରମ ବାଲାଜୀ କଲେଜ୍ ପରିସରରେ ସଫଲତାର ସହ ପାଳିତ ହୋଇଥିବାରୁ କଲେଜର ନିର୍ଦ୍ଦେଶକ ଅଭିଳାଷ ଅଗ୍ରୱାଲ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande