ହେରା ପଂଚମି ଭଜନ ସମାରୋହ
ବଲାଙ୍ଗୀର, ୦୨ ଜୁଲାଇ(ହି.ସ.) – ପବିତ୍ର ଘୋଷ ଯାତ୍ରା ଅବସରରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ହେରା ପଂଚମି ତିଥିରେ ପ୍ରମୁଖ ସଙ୍ଗୀତ ଅନୁଷ୍ଠାନର ୩୦ ତମ ଭଜନ ସମାରୋହ ସ୍ଥାନୀୟ ରାଧାରାଣୀ ପଡ଼ା ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ପାଳିତ ହୋଇଯାଇଛି, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସୌଜନ୍ୟ କ
ହେରା ପଞ୍ଚମି ଭଜନ ସମାରୋହ.


ହେରା ପଞ୍ଚମି ଭଜନ ସମାରୋହ.


ହେରା ପଞ୍ଚମି ଭଜନ ସମାରୋହ.


ହେରା ପଞ୍ଚମି ଭଜନ ସମାରୋହ.


ବଲାଙ୍ଗୀର, ୦୨ ଜୁଲାଇ(ହି.ସ.) – ପବିତ୍ର ଘୋଷ ଯାତ୍ରା ଅବସରରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ହେରା ପଂଚମି ତିଥିରେ ପ୍ରମୁଖ ସଙ୍ଗୀତ ଅନୁଷ୍ଠାନର ୩୦ ତମ ଭଜନ ସମାରୋହ ସ୍ଥାନୀୟ ରାଧାରାଣୀ ପଡ଼ା ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ପାଳିତ ହୋଇଯାଇଛି, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସୌଜନ୍ୟ କରିଥିବା ଏହିକାର୍ଯ୍ୟ କ୍ରମ ରେ ପଂଚମ ମିଉଜିକ ଏକାଡେମୀ ଭୁବନେଶ୍ୱର ଏବଂ ପଂଚମ ବଲାଙ୍ଗୀରର କଳାକାର ମାନେ ବିଭିନ୍ନ ସ୍ୱାଦ ର ଭକ୍ତି ଗୀତ ପରିବେଷଣ କରିଥିଲେ.ବରିଷ୍ଠ ଆକାଶ ବାଣୀ କଣ୍ଠ ଶିଳ୍ପୀ ଦୀପ୍ତି ପ୍ରକାଶ ଦାସ, ଯୁବ କଣ୍ଠ ଶିଳ୍ପୀ କୃଷ୍ଣା ଓ ବିଜ୍ଞନ୍‌ସି ବାରିକ ପମୁଖଙ୍କ ସାଙ୍ଗରେ ପଂଚମର ଛାତ୍ରଛାତ୍ରୀ କୁମାରୀ ଅନ୍ୱେଷା ବାଗ, ଆଦ୍ୟାଶା ବେହେରା, ଏକାପାର୍ଣ୍ଣିକା ମିଶ୍ର, ସ୍ମୁତି ବିନ୍ଦୁ ଝାଙ୍କର, ଆଦ୍ୟାଶା ପାତ୍ର, ଦୀପଶିଖା ସାହୁ, ଆୟୁଷ୍ମାନ ପାଣିଗ୍ରାହୀ, ସାମନ୍ତ ବେହେରା, ଜିତେନ୍ଦ୍ର ବାଗ ବବିତା ତ୍ରିପାଠୀ, ପ୍ରିୟାଂଶ ପଣ୍ଡା,ଅଙ୍କିତ ସାହୁ,ଚିନ୍ମୟ ହିଆଲ,ଇତିଶ୍ରୀ ବାଗ,ବାସନ୍ତୀ ବାରିକ,ଯଶ୍ମିନ ନାୟକ, ବଲ୍ଲବୀ ଦଣ୍ଡସନା,ଶିବଶ୍ରୀ ସାହୁ ପ୍ରମୁଖ ଜଗନ୍ନାଥ ଭଜନ ସାଙ୍ଗରେ ବିଭିନ୍ନ ପ୍ରକାର ଭକ୍ତି ଗୀତ ପରିବେଷଣ କରିଥିଲେ,କାର୍ଯ୍ୟ କ୍ରମ କୁ ବରିଷ୍ଠ ଉଦଘୋସକ ମଧୁ ସୁଦନ ନାୟକ ସଂଯୋଜନା କରିଥିବା ବେଳେ ସଙ୍ଗୀତ ନିର୍ଦେଶନା ଦେଇଥିଲେ କ୍ରିଷ୍ଣା ରାଜ ପତି ବାଦ୍ୟ ଯନ୍ତ୍ର ରେ ସର୍ବଶ୍ରୀ ଗୌର କିଶୋର ମହାପାତ୍ର, ସନ୍ଦୀପ କୁମାର ସାହୁ, ତନ୍ନୟ କୁମାର, ପ୍ରିନ୍ସ, ଶୁଭେନ୍ଦୁ ଜାଲ, ସଂସ୍କାର ସ୍ୱରୂପ ମିଶ୍ର, ରାଜ ହୋତା ପ୍ରମୁଖ ସହଯୋଗ କରିଥିବା ବେଳେ ପରିଚାଳନା କରିଥିଲେ ଗୁରୁଃଶ୍ରୀ ଗୌର କିଶୋର ମହାପାତ୍ର, ପ୍ରତିକୂଳ ପାଗ ସତ୍ୱେ ବିଳମ୍ବିତ ରାତ୍ରି ପ୍ରୟନ୍ତ ବହୁ ଶ୍ରଦ୍ଧାଳୁ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିବା ଏଜି କାର୍ଯ୍ୟକ୍ରମକୁ ପଣ୍ଡିତ ଗୋକୁଳାନନ୍ଦ ମିଶ୍ର ଏବଂ ରାଧାରାଣୀ ଭକ୍ତ ମଣ୍ଡଳୀ ସଫଳ ରୂପାୟନ ରେ ସାହାଯ୍ୟ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande