କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
କେନ୍ଦୁଝର, 2 ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟ କାରିଣୀ ବୈଠକ ବୁଧବାର ଦିନ କେନ୍ଦୁଝର ନଗର ଭବନ ଠାରେ ଅନୁଷ୍ଠିତ ହୋଇଛି। ଦ୍ଵିତୀୟ ଥର ପାଇଁ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ସଭାପତିରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ତଥା
Bjd paribardhita karjyakarini


କେନ୍ଦୁଝର, 2 ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟ କାରିଣୀ ବୈଠକ ବୁଧବାର ଦିନ କେନ୍ଦୁଝର ନଗର ଭବନ ଠାରେ ଅନୁଷ୍ଠିତ ହୋଇଛି। ଦ୍ଵିତୀୟ ଥର ପାଇଁ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ସଭାପତିରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ ବିଧାୟକ ଡଃ ଅରୁଣ କୁମାର ସାହୁ ନିଜ ବକ୍ତବ୍ୟରେ କହିଥିଲେ ଯେ ପୂର୍ଵରୁ ରାଜ୍ୟରେ ଲାଗୁ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୪ହଜାର କୋଟି ଟଙ୍କାର ବଜେଟ ବ୍ୟବସ୍ଥା ହୋଇଥିଲା ମାତ୍ର ସମଗ୍ର ଦେଶରେ ଆୟୁଷ୍ମାନ ଯୋଜନାରେ ମାତ୍ର ୬ହଜାର କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରାଯିବା ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟ ସାଙ୍ଗରେ ଡବଲ ଇଂଜିନ ସରକାର ଖେଳ ଖେଳିଛି ବୋଲି ସେ କହିଥିଲେ। ନିଜ ବକ୍ତବ୍ୟରେ ଡଃ ସାହୁ କହିଥିଲେ ଯେ ଯେତେ ଦିନ ପର୍ଯ୍ୟନ୍ତ ନେତା କର୍ମୀ ହେବା ଠାରୁ ଦୁରେଇ ଯିବେ ସେ ଦିନ ନେତା ର ନେତୃତ୍ୱ ଶେଷ ହୋଇଯିବ। ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରି ସେ କହିଥିଲେ ଯେ ଏ ସରକାର ଦାଦନ ହଟେଇବେ କହିଥିଲେ ମାତ୍ର ଗୋଟିଏ ବର୍ଷ ରେ ୧୫୦ ଜଣଙ୍କ ଦାଦନ ଶବ ଫେରିଛି ଅନେକ ଙ୍କ ଖୋଜ ଖବର ନାହିଁ। ସରକାରଙ୍କ ବିଫଳତାକୁ ନେଇ ଏଥର ବିଧାନସଭା ରେ ଜୋରଦାର ଲଢେଇ ହେବ ବୋଲି ସେ କହିବା ସହିତ ଥାନା ଏବେ ବିଜେପି ଅଫିସ ହୋଇଛି। ଏହାକୁ ପ୍ରତିହତ କରିବାକୁ ହେଲେ ଲୋକ ବଳ କୁ ରାଜା ବଳ ସମକକ୍ଷ ହେବନି। ସରକାର ଥିବା ସମୟରେ ୨ଲକ୍ଷ ୯୦ହଜାର କୋଟି ବଜେଟ ଛାଡ଼ିଥିଲୁ କିନ୍ତୁ ଏବେ ଶତକଡା ୧୯ପ୍ରତିଶତ କେନ୍ଦ୍ରୀୟ ଅନୁଦାନ କମ ଆସିଛି।ଆଜି ଓଡ଼ିଆ ଅସ୍ମିତା କୁଆଡେ ଗଲା ବୋଲି ବିଧାୟକ ଡଃ ସାହୁ ପ୍ରଶ୍ନ କରିଥିବା ବେଳେ ଓଡିଶାରୁ ନିର୍ବାଚିତ ହୋଇଥିବା ୨୦ଜଣ ଏମପି ଚୁପ ହୋଇ ବସିଛନ୍ତି ବୋଲି ସେ କହିବା ସହ ରାଜ୍ୟରେ ପ୍ରତିଦିନ ଦୁଷ୍କର୍ମ ହେଉଛି।

ସରକାରଙ୍କୁ ଆହ୍ୱାନ ଦେଇ ଓବିଶି ମାନଙ୍କୁ ତାଙ୍କ ନ୍ୟାର୍ଯ୍ୟ ଅଧିକାର ଦିଅ ବୋଲି ସେ କହିବା ସହିତ କର୍ମୀମାନଙ୍କୁ ଆହ୍ୱାନ ଦେଇ ସରଳ ମନ ସହ ସତ୍ୟ କୁ ସାଙ୍ଗରେ ରଖନ୍ତୁ କିନ୍ତୁ ଏ ସରକାର ଗୁଣ୍ଡା ଗରଦୀ ରେ ବିଶ୍ୱାସ କରନ୍ତି। କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ସାରା ଦେଶ କୁ ଭୁଆଁ ବୁଲେଇବାରେ ମାଷ୍ଟର। ରାଜ୍ୟରେ ପ୍ରଭୁଙ୍କୁ ନେଇ ରାଜନୀତି, ରଙ୍ଗ କୁ ନେଇ ରାଜନୀତି କରୁଛନ୍ତି।ଧରଣୀଧର ମାଟି ରୁ ବିପ୍ଳବ ର ସ୍ୱର ଆଉ ଥରେ ଆରମ୍ଭ ହେଉ ବୋଲି କହିବା ସହିତ କର୍ମୀ ମାନଙ୍କ ମନୋବଳ ବଢାଇବାକୁ ହେବ ବୋଲି ସେ କହିଥିଲେ।ଗୋଟିଏ ବର୍ଷ ଓଡିଶା ରାଜନୀତି ର ସବୁଠାରୁ ବିଫଳ ର ବର୍ଷ,ବଦଳି ରେ ବ୍ୟାପକ ଲାଞ୍ଚ କାରବାର ହେବା କଥା କାହାକୁ ଅଛପା ନୁହେଁ ବୋଲି ସେ କହିଥିଲେ। ଘସିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ନିଜ ବକ୍ତବ୍ୟରେ ଅତୀତରେ ଦଳର ସଂଘର୍ଷ ସମ୍ପର୍କରେ ଆଲୋଚନା କରିବା ସହିତ କର୍ମୀମାନଙ୍କ ମନୋବଳ ବୃଦ୍ଧି କରିବାକୁ ହେବ ବୋଲି ସେ କହିବା ସହିତ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଏହି ସରକାର ବିଭିନ୍ନ କ୍ଷେତ୍ରେ ବିଫଳ ହୋଇଥିବା ପ୍ରକାଶ କରିଥିଲେ।ଏହି ବୈଠକରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି, ପାଟଣାର ପୂର୍ବତନ ବିଧାୟକ ଜଗନ୍ନାଥ ନାୟକ, ପୂର୍ବତନ ସାଂସଦ ମାଧବ ସର୍ଦାର, ସଦର ନିର୍ବାଚନମଣ୍ଡଳୀର ପ୍ରାର୍ଥୀନୀ ମୀନା ମାଝୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସାଗରୀକା ସାହୁ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ରମଣୀ ନାଏକ, ଯୁବ ସଭାପତି ରାକେଶ ରାମ, ଆନନ୍ଦପୁର ପୌରପାଳିକାର ଅଧ୍ୟକ୍ଷା ରଜନୀରାଣୀ ଖଟୁଆ, ଚମ୍ପୁଆ ଏନଏସିର ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ, କେନ୍ଦୁଝରଗଡ଼ ପୌରପାଳିକାର ଉପାଧ୍ୟକ୍ଷା ବରଦା ପ୍ରସନ୍ନ ଦାସ, ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷା କମଳିନୀ ପାତ୍ର,ସତ୍ୟବ୍ରତ ନାୟକ,କୃଷକ ମୋର୍ଚ୍ଚା ସଭାପତି ଦୀପକ ରାଜ,ରାଜ୍ୟ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ଅମରେନ୍ଦ୍ର ଧଳ, କାଉନସିଲର ଶରତ କୁମାର ସାହୁ, କେକି କାକଳି କୁମୁରା ପ୍ରମୁଖ ବକ୍ତବ୍ୟ ରଖିଥିଲେ।ଶେଷରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande